ଖେଳ ଦେଶ ବିଦେଶ

ବିଶ୍ବ କ୍ରିକେଟରେ ଚମକିଲା ପାକିସ୍ତାନ: ବାବର ଆଜମ୍‌ ଶ୍ରେଷ୍ଠ ଦିନିକିଆ ଖେଳାଳି, ମହମ୍ମଦ ରିଜଓ୍ବାନ୍‌ ବେଷ୍ଟ ଟି-ଟ୍ବେଣ୍ଟି କ୍ରିକେଟର

ନୂଆଦିଲ୍ଲୀ ୨୪/୦୧: ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମ୍ ବର୍ଷ ୨୦୨୧ ପାଇଁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ହୋଇଛନ୍ତି । ଇଣ୍ଟରନେସନାଲ କ୍ରିକେଟ କାଉନସିଲ୍‌ (ICC) ଦ୍ବାରା ବାବର ଆଜମ୍‌ଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷଣା କରାଯାଇଛି । ଗତ ବର୍ଷ ବାବର୍‌ ମାତ୍ର ୬ଟି ଦିନିକିଆ ଖେଳିଥି​‌ଲେ ସୁଦ୍ଧା ତାଙ୍କ ପ୍ରଦର୍ଶନକୁ ଦେଖି ଆଇସିସି ଏହି ସମ୍ମାନଜନକ ଉପାଧି ପ୍ରଦାନ କରିଛି । ନିଜ ପ୍ରଦର୍ଶନ ବଳରେ ସେ ବିଶ୍ବର ଅନେକ ଖେଳାଳିଙ୍କୁ ପ୍ରଭାବିତ କରିଛନ୍ତି ।

ପାକିସ୍ତାନର ଅଧିନାୟକ ବାବର ଆଜମ୍‌ଙ୍କ ବ୍ୟତିତ ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ଦୌଡରେ ବାଂଲାଦେଶର ସାକିବ ଉଲ୍‌ ହାସନ, ଦକ୍ଷିଣ ଆଫ୍ରିକାର ଜାନେମନ୍‌ ମଲାନ ଏବଂ ଆୟରଲାଣ୍ଡର ପୋଲ ଷ୍ଟାର୍ଲିଙ୍ଗ ଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ବାବର୍‌ ଆଜମ୍‌ ଏହି ଉପଲବ୍ଧି ହାସଲ କରିଛନ୍ତି । ଗତ ବର୍ଷ ଆୟରଲାଣ୍ଡର ପୋଲ ଷ୍ଟାର୍ଲିଙ୍ଗ ମୋଟ ୧୪ଟି ଦିନିକିଆ ଖେଳିଥିବା ବେଳେ ୭୦୫ ରନ୍‌ ସଂଗ୍ରହ କରିଥିଲେ । ସେହିଭଳି ଦକ୍ଷିଣ ଆଫ୍ରିକାର ଜାନେମନ୍‌ ମଲାନ ୮ ଦିନିକିଆରୁ ୫୦୯ ରନ ସଂଗ୍ରହ କରିଥିଲେ । ପାକିସ୍ତାନର ବାବର ଆଜମ୍‌ ୬ଟି ଦିନିକିଆ ଖେଳିଥିଲେ ସୁଦ୍ଧା ୬୭.୫୦ ହାରରେ ୪୦୫ ରନ କରିଥିଲେ । ଯେଉଁଥିରେ ଦୁଇଟି ଶତକ ମଧ୍ୟ ସାମିଲ ଥିଲା । ଗତ ବର୍ଷ ସେ ୨ଟି ଦିନିକିଆ ସିରିଜ୍‌ ଖେଳିଥିଲେ ସୁଦ୍ଧା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ୨-୧ରେ ପାକିସ୍ତାନ ସିରିଜ୍‌ ଜିତିଥିବା ବେଳେ ବାବର ଏକାକି ୨୨୮ ରନ କରିଥିଲେ । ପରେ ଅବଶ୍ୟ ଇଂଲଣ୍ଡ ଟିମ୍‌ ପାକିସ୍ତାନକୁ ୩-୦ରେ ମାତ୍‌ ଦେଇଥିଲା । କିନ୍ତୁ ସେହି ସିରିଜ୍‌ରେ ମଧ୍ୟ ବାବର ୧୭୭ ରନ କରିଥିଲେ । ସେହିଭଳି ସାଉଥ୍‌ ଆଫ୍ରିକାର ଲିଜେଲେ ଲି’ ଦିନିକିଆରେ ମହିଳା କ୍ରିକେଟର ଅଫ୍‌ ଦି ଇୟର ହୋଇଛନ୍ତି ।

ଇଣ୍ଟରନାସନାଲ କ୍ରିକେଟ କାଉନସିଲ୍‌ ଦ୍ବାରା ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ଅମ୍ପାୟାର ମରାଇସ୍ ଏରସମସ୍‌ଙ୍କୁ ‘ଅମ୍ପାୟାର ଅଫ୍‌ ଦି ଇୟର’ରେ ସମ୍ମାନିତ କରାଯାଇଛି । ସେହିଭଳି ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜଓ୍ବାନ୍ ଟ୍ବେଣ୍ଟି ଟ୍ବେଣ୍ଟି କ୍ରିକେଟର ଅଫ୍‌ ଦି ଇୟର ହୋଇଛନ୍ତି । ଆଇସିସି ଏମର୍ଜିଙ୍ଗ୍‌ ପ୍ଲେୟାର ଅଫ୍‌ ଦି ଇୟର ହୋଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟର ଜାନେମନ୍‌ ମଲାନ୍‌ । ଆଇସିସି ମେନ୍ସ କ୍ରିକେଟର ଅଫ୍‌ ଦି ଇୟର ଓମାନ୍‌ର ଜିସାନ୍‌ ମକ୍‌ସୁଦ ହୋଇଥିବା ବେଳେ, ଇଂଲଣ୍ଡର ଟାମି ବେମୋଣ୍ଟ ଟ୍ବେଣ୍ଟି ଟ୍ବେଣ୍ଟି ମହିଳା କ୍ରିକେଟର ଅଫ୍‌ ଦି ଇୟର ହୋଇଛନ୍ତି । ସେହିଭଳି ପାକିସ୍ତାନ ମହିଳା ଟିମ୍‌ର ଫାତିମା ସିନା ଆଇସିସି ଏମର୍ଜିଙ୍ଗ୍‌ ଓ୍ବମେନ୍ସ କ୍ରିକେଟର ଅଫ୍‌ ଦି ଇୟର ହୋଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ