ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ବର ସର୍ବବୃହତ ଖାଦ୍ୟ ଭଣ୍ଡାର ଗଠନ ହେବ, ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ : ଫସଲ ନଷ୍ଟକୁ ହ୍ରାସ କରିବା ଓ ଚ‌ାଷୀମାନଙ୍କ ଦ୍ବାରା ହେଉଥିବା ଅଭାବୀ ବିକ୍ରିକୁ ରୋକିବା ଲାଗି ସମବାୟ କ୍ଷେତ୍ରରେ ବିଶ୍ବର ସର୍ବବୃହତ ଖାଦ୍ୟ ଭଣ୍ଡାର ଗଠନ କରାଯିବ। ସେଥିରେ ୭୦୦ ଲକ୍ଷ ଟନ୍ ଖାଦ୍ୟଶସ୍ୟ ରହିବ। ଆସନ୍ତା ପାଞ୍ଚ ବର୍ଷରେ ସେହି ଭଣ୍ଡାର ସୃଷ୍ଟି କରାଯିବ। ସେଥିପାଇଁ ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆଜି କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପଦକ୍ଷେପ ଗ୍ରାମୀଣ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ।

ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରତି ବ୍ଲକ୍‌ରେ ୨୦୦୦ ଟନ୍ କ୍ଷମତାର ଗୋଦାମ ସ୍ଥାପନ କରାଯିବ। ଏହା ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବ। ପାକ୍‌ସଗୁଡ଼ିକ ଖାଦ୍ୟଶସ୍ୟ ପାଇଁ ଗୋଦାମ ସ୍ଥାପନ କରିପାରିବେ। ଦେଶରେ ଏକ ଲକ୍ଷ ପାକ୍‌ସ ଥିବା ବେଳେ ସେଥିରୁ ୬୩,୦୦୦ ସକ୍ରିୟ ରହିଛନ୍ତି। ସେ କହିଛନ୍ତି ‌ଯେ ଦେଶରେ ୩,୧୦୦ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବା ବେଳେ ତାହାର ୪୭ ପ୍ରତିଶତକୁ ସଂରକ୍ଷିତ ରଖିବା ଲାଗି ଗୋଦାମ ବ୍ୟବସ୍ଥା ରହିଛି। କିନ୍ତୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟଶସ୍ୟ ଉତ୍ପାଦନଠାରୁ ଗୋଦାମ କ୍ଷମତା ଅଧିକ ରହିଛି। ଗୋଦାମ ଘର କ୍ଷମତା ବଢ଼ାଇବା ଲାଗି କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଓ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ପାଣ୍ଠି ବ୍ୟବହାର କରାଯିବ ବୋଲି ଶ୍ରୀ ଠାକୁର କହିଛନ୍ତି।

ଏବେ ଦେଶରେ ୧୪୫୦ ଲକ୍ଷ ଟନ୍ ଖାଦ୍ୟଶସ୍ୟ ସଂରକ୍ଷିତ ରଖିବା ଲାଗି ଗୋଦାମ ରହିଛି। ଆଉ ୭୦୦ ଲକ୍ଷ ଟନ୍ କ୍ଷମତା ବଢ଼ିବା ପରେ ଗୋଦାମ କ୍ଷମତା ୨୧୫୦ ଲକ୍ଷ ଟନ୍‌କୁ ବୃଦ୍ଧି ପାଇବ। ପ୍ରାରମ୍ଭିକ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳର ୧୦ଟି ଜିଲ୍ଲାରେ ଏହାର ପରୀକ୍ଷଣ କରାଯିବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସମବାୟ ମନ୍ତ୍ରୀଙ୍କ ନେତୃତ୍ବରେ ଏକ ଆନ୍ତଃ ମନ୍ତ୍ରୀ କମିଟି ଗଠନ କରାଯିବ ଯେଉଁଥିରେ ବିଭିନ୍ନ ମନ୍ତ୍ରାଳୟର ମନ୍ତ୍ରୀ ସଦସ୍ୟ ରହିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ