ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଶ୍ବବିଦ୍ୟାଳୟ ଦୌଡ଼ରେ ଡଜନେ କଲେଜ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରାଯାଉ। ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ। ସୁନ୍ଦରଗଡ଼ ଜିଲ୍ଲାରୁ ଏଭଳି ସ୍ବର ଉଠିଥିବା ବେଳେ କଟକସ୍ଥିତ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ପରିଣତ କରିବାକୁ ବୁଦ୍ଧିଜୀବୀ ଦାବି କଲେଣି। କେବଳ ସେତିକି ନୁହେଁ, ଭୁବନେଶ୍ବରସ୍ଥିତ ବିଜେବି କଲେଜ, ଭଦ୍ରକ କଲେଜ, କେନ୍ଦ୍ରାପଡ଼ା କଲେଜ, ଢେଙ୍କାନାଳ କଲେଜ, ଅନୁଗୁଳ କଲେଜ, ପୁରୀସ୍ଥିତ ଏସ୍‌ସିଏସ୍‌ କଲେଜ, ନୟାଗଡ଼ କଲେଜ ପରି ପୁରାତନ ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ସ୍ବର ଉଠିଲାଣି।

ରାଉରକେଲାରେ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, କ୍ରିୟାନୁଷ୍ଠାନ କମିଟି ଇତି ମଧ୍ୟରେ ଆନ୍ଦୋଳନକୁ ଓହ୍ଲାଇଲେଣି। ଭଦ୍ରକ ଓ କେନ୍ଦ୍ରାପଡ଼ା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ଉଠୁଥିବା ସ୍ବର ଧୀରେ ଧୀରେ ନରମି ଯାଇଥିଲା। ଏବେ ପୁଣିଥରେ ଆନ୍ଦୋଳନ ଦାନା ବାନ୍ଧିଲାଣି। କେବିକେ କିମ୍ବା ପଶ୍ଚିମ ଓଡ଼ିଶାରେ ରାଜ୍ୟର ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦାବି ଜୋର ଧରିଲାଣି। ଲଗାତାର ଦୁଇ ସପ୍ତାହରେ ରାଜ୍ୟର ଦୁଇଟି ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଥିବାରୁ ଏବେ ବିଭିନ୍ନ ଜିଲ୍ଲାରେ ଥିବା ପ୍ରମୁଖ କଲେଜଗୁଡ଼ିକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ସ୍ବର ଉଠିଲାଣି।

ଶୈଳବାଳା, ରାଉରକେଲା, ବିଜେବି ପାଇଁ ସ୍ବର ଉଠିଲାଣି
ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶ୍ବବିଦ୍ୟାଳୟ ଲାଗି ଦାବି ଜୋର
୩ ଘରୋଇ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରସ୍ତାବ ବିଚାରାଧୀନ

Times of India

ବଡ଼ କଥା ହେଉଛି ଯେ ଓଡ଼ିଶାର ସର୍ବପ୍ରଥମ ତଥା ଦେଶର ତୃତୀୟ ମହିଳା ମହାବିଦ୍ୟାଳୟ ଭାବେ ପରିଗଣିତ ହେଉଥିବା ଶୈଳବାଳା ମହିଳା ମହାବିଦ୍ୟାଳୟ ଇତିମଧ୍ୟରେ ୧୧୦ ବର୍ଷ ପୂରଣ କରିଛି। ଏହି ପୁରୁଣା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ବି ଏ କ୍ଷେତ୍ରରେ ସରକାରୀ ଶିଥିଳତା ନେଇ ଏବେ ବିଭିନ୍ନ ମହଲରେ ଅସନ୍ତୋଷର କାରଣ ହୋଇଛି। ରମାଦେବୀ ମହିଳା ମହାବିଦ୍ୟାଳୟକୁ ୨୦୧୫ରେ ରାଜ୍ୟ ସରକାର ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଥିଲେ ବି କେଉଁ କାରଣରୁ ଏହି ଐତିହାସିକ କଲେଜ ମାନ୍ୟତାରୁ ବଞ୍ଚିତ ହୋଇ ଆସୁଛି, ତାହା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗର କାରଣ ପାଲଟିଛି। ଏହାପରେ ସ୍ଥାପିତ ହୋଇଥିବା ଅନେକ କଲେଜକୁ ବିଶ୍ବବିଦ୍ୟାଳୟ କରାଯାଇଥିବା ବେଳେ ରାଜ୍ୟର ପ୍ରଥମ ମହିଳା କଲେଜକୁ ଅଣଦେଖା କରି ଆସୁଥିବାର ଅଭିଯୋଗ ହେଉଛି। ୨୦୧୭ରେ ଶୈଳବାଳାକୁ ସ୍ବୟଂଶାସିତ କଲେଜର ମାନ୍ୟତା ମିଳିଥିଲା। ଏଠାରେ ସାଢେ ୪ ହଜାରରୁ ଅଧିକ ଛାତ୍ରୀ ପଢୁଛନ୍ତି।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଯେତିକି ପିଜି(ସ୍ନାତକୋତ୍ତର) ପାଠ୍ୟକ୍ରମ ନାହିଁ ତା’ଠାରୁ ଅଧିକ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଖୋଲି ସାରିଲାଣି। ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଛନ୍ତି। ଉତ୍କଳ ଓ ରମାଦେବୀ ବିଶ୍ବବିଦ୍ୟାଳୟ ରହିଥିଲେ ମଧ୍ୟ ବିଜେବି କଲେଜରେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଦେଖିବାକୁ ମିଳୁଛି। ତେଣୁ ବିଜେବି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାକୁ ଗତ ଏକ ଦଶନ୍ଧି ହେଲା ମହାବିଦ୍ୟାଳୟର ପୁରା‌ତନ ଛାତ୍ରଛାତ୍ରୀ ଏଭଳି ସ୍ବର ଉଠାଇ ଆସୁଛନ୍ତି। ଏବେ ରାଜ୍ୟ ସରକାର କଲେଜଗୁଡ଼ିକୁ ବିଶ୍ବବିଦ୍ୟାଳୟରେ ପରିଣତ କରୁଥିବାରୁ ବିଜେବିକୁ ମଧ୍ୟ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି ହୋଇଛି।

Joon Square

ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଗତ ଡିସେମ୍ବର ମାସରେ କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ଭଦ୍ରକ ବନ୍ଦ ହୋଇଥିଲା। ଏଥିସହ ଜିଲ୍ଲାବାସୀଙ୍କ ପକ୍ଷରୁ ଦୀର୍ଘଦିନ ହେଲା ଏନେଇ ବିଭିନ୍ନ ଫୋରମ୍‌ରେ ଦାବି ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ୧୯୫୯ରେ ପ୍ରତିଷ୍ଠା ହୋଇଥିବା କେନ୍ଦ୍ରାପଡ଼ା କଲେଜର ସାରା ରାଜ୍ୟରେ ସୁନାମ ଓ ସ୍ବତନ୍ତ୍ରତା ରହିଛି। ଜିଲ୍ଲାର ସର୍ବବୃହତ୍‌ କଲେଜ ହୋଇଥିବା ବେଳେ ୫ହଜାରରୁ ଅଧିକ ପିଲା ପଢ଼ୁଛନ୍ତି। ବିଶାଳ କ୍ୟାମ୍ପସ୍‌ ସାଙ୍ଗକୁ ଅତ୍ୟାଧୁନିକ ଲାଇବ୍ରେରି, ଇନ୍‌ଡୋର‌୍‌ ଓ ଆଉଟଡୋର‌୍‌ ଷ୍ଟାଡିୟମ୍‌ ରହିଛି। ୨୦୦୬ରେ କଲେଜକୁ ସ୍ବୟ˚ଶାସିତ ମାନ୍ୟତା ମିଳିଥିବା ବେଳେ ଲଗାତର ଭାବେ ନାକ୍‌ ‘ଏ’ ଗ୍ରେଡ୍‌ ମାନ୍ୟତା ବି ହାସଲ କରୁଛି। ତେଣୁ ଏହି ଶିକ୍ଷାନୁଷ୍ଠାନକୁ ବିଶ୍ବବିଦ୍ୟାଳୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କଠୁ ଶିକ୍ଷାମନ୍ତ୍ରୀଙ୍କ ଯାଏ ବିଭିନ୍ନ ସମୟରେ ଚିଠି ଲେଖାଯିବା ସହିତ ଏକାଧିକଥର ଆନ୍ଦୋଳନ ବି କରାଯାଇଛି। ଏହାସତ୍ତ୍ବେ ଦାବି ପୂରଣ ନ ହେବା କେନ୍ଦ୍ରାପଡ଼ା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପରିଚୟ ବୋଲି ସାଧାରଣରେ ଅଭିଯୋଗ ହେଉଛି।

ଯଦି ଦେଖାଯାଏ ଗତ ୫ଟି ଶିକ୍ଷାବର୍ଷରେ ଓଡ଼ିଶାରେ ୧୨ଟି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ୨୦୧୬-୧୭ ଶିକ୍ଷାବର୍ଷରେ ଓଡ଼ିଶାରେ ୨୪ଟି ବିଶ୍ବବିଦ୍ୟାଳୟ ଥିବାବେଳେ ୨୦୨୦-୨୧ରେ ତାହା ୩୬ରେ ପହଞ୍ଚିଛି। ୨୦୨୦-୨୧ ଶିକ୍ଷାବର୍ଷରେ ୪ଟି ନୂଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାରେ ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି। ଯେଉଁଥିରେ ଦୁଇଟି ଘରୋଇ ଓ ଦୁଇଟି ପବ୍ଲିକ ବିଶ୍ବବିଦ୍ୟାଳୟ ରହିଥିଲା। ୨୦୨୨-୨୩ ଶିକ୍ଷାବର୍ଷରେ ଭୁବନେଶ୍ବରସ୍ଥିତ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)କୁ ଗବେଷଣା ବିଶ୍ବବିଦ୍ୟାଳୟରେ ପରିଣତ କରିଛନ୍ତି। ୪ଟି ଘରୋଇ ବୈଷୟିକ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ସମ୍ପର୍କିତ ପ୍ରସ୍ତାବ ଏବେ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଥିବା ଜଣାପଡ଼ିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।