ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଫେବ୍ରୁଆରିରେ ଦୁଇଟି ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଗଲା। ଆବଶ୍ୟକୀୟ ଭିତ୍ତିଭୂମି ନ ଥିଲେ ମଧ୍ୟ କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ ଓ କୋରାପୁଟର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ସମ୍ପ୍ରସାରଣ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଓଡ଼ିଆ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଲାଗି ଆଜି ଭିତ୍ତିପ୍ରସ୍ତର ପଡ଼ିଛି। ଅର୍ଥାତ୍ ୩୦ ଦିନ ମଧ୍ୟରେ ରାଜ୍ୟରେ ୩ଟି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଇଛି। ଗୋଟିଏ ମାସ ମଧ୍ୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଏଭଳି ଖୁସି ଖବର ମିଳିଥିବା ବେଳେ ପୁରାତନ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଚ୍ଚଶିକ୍ଷା ଲାଗି ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିଶ୍ବବିଦ୍ୟାଳୟ ଖୋଲୁଥିଲେ ମଧ୍ୟ ଆଗରୁ ଥିବା ଶିକ୍ଷାନୁଷ୍ଠାନ ବିକାଶ ଏବେ ଫାଇଲ୍ ଭିତରେ ଅଟକି ରହିଛି। ସର୍ବପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଉତ୍କଳଠାରୁ ଆରମ୍ଭ କରି କଳାହାଣ୍ଡି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଏବେ ସମସ୍ୟା। କେଉଁଠି ପ୍ରଫେସର ନାହାନ୍ତି ତ ଆଉ କେଉଁଠି ଭିତ୍ତିଭୂମି ଅଭାବ।
ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ନାହାନ୍ତି ପ୍ରଫେସର
ୟୁଜିସିରେ ସାମିଲ ହୋଇନି ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ
ଧରଣୀଧର, ବିକ୍ରମଦେବ, ରମାଦେବୀରେ ଭିତ୍ତିଭୂମି ଅଭାବ

ଦୁଇବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଏପର୍ଯ୍ୟନ୍ତ ୟୁଜିସିରେ ସାମିଲ ହୋଇପାରି ନାହିଁ। ଭିତ୍ତିଭୂମି ଏବେ ବି ଅସଜଡ଼ା ରହିଛି। ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି, ଅଣଶିକ୍ଷକ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଘଟିଛି। ଏପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟରେ ଶିକ୍ଷକ ପଦବି ସୃଷ୍ଟି କରିବା ଲାଗି ପଦକ୍ଷେପ ନିଆଯାଇ ନ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। କେବଳ ଏହି ବିଶ୍ବବିଦ୍ୟାଳୟ ନୁହେଁ, ୨୦୨୩-୨୪ ଶିକ୍ଷାବର୍ଷରୁ ବିକ୍ରମଦେବ ଓ ଧରଣୀଧର ବିଶ୍ବବିଦ୍ୟାଳୟରେ ନାମଲେଖା ହେବାକୁ ଥିବା ବେଳେ ଶିକ୍ଷକ ପଦବି ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇ ନାହିଁ।
କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ଏପର୍ଯ୍ୟନ୍ତ ସ୍ଥାୟୀ ପ୍ରଫେସର ନିଯୁକ୍ତ ହୋଇ ନାହାନ୍ତି। ମଞ୍ଜୁରପ୍ରାପ୍ତ ୫୦ ପ୍ରଫେସର ପଦବି ଖାଲି ପଡ଼ିଛି। ଅତିଥି ଅଧ୍ୟାପକ କେବଳ ହିଁ ଭରସା।
ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁରି ହୋଇଥିବା ୧୨୬ ପ୍ରଫେସର, ସହଯୋଗୀ ଓ ସହକାରୀ ପ୍ରଫେସରଙ୍କ ମଧ୍ୟରୁ ଅଛନ୍ତି ମାତ୍ର ୧୧ଜଣ। ସେହିପରି କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁରି ହୋଇଥିବା ୧୧୨ ମଧ୍ୟରୁ ଅଛନ୍ତି ମାତ୍ର ୪ଜଣ। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧିନିୟମ ବିବାଦକୁ ନେଇ ଏବେ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ଚାଲିଥିବା ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲାଗିଛି। ତେଣୁ ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ପ୍ରଫେସର ନିଯୁକ୍ତି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଜୁନ୍ ସୁଦ୍ଧା ଯଦି ଅଧିନିୟମ ସମ୍ପର୍କରେ କୌଣସି ଚୂଡ଼ାନ୍ତ ରାୟ ନ ଆସେ, ତେବେ ଏଥର ବି ଅତିଥି ଅଧ୍ୟାପକରେ ଚାଲିବ ସମସ୍ତ ବିଶ୍ବବିଦ୍ୟାଳୟ। କାରଣ ଉତ୍କଳ ବିଶ୍ବବିଦ୍ୟାଳୟରେ ୧୧୧ ପଦବି ଖାଲି ଥିବା ବେଳେ ବ୍ରହ୍ମପୁରରେ ୮୩, ସମ୍ବଲପୁରରେ ୬୩, ରେଭେନ୍ସାରେ ୧୫୬, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ(ଏମ୍ଏସ୍ସିବି)ରେ ୬୪, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୧୮, ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୪୩, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୭୭, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୭୨ ପଦବି ଖାଲି ରହିଛି।

ଏହାଛଡ଼ା ଭିତ୍ତିଭୂମି ସମସ୍ୟା ବି ଚିନ୍ତାର କାରଣ ପାଲଟିଲାଣି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ୮ ବର୍ଷ ହେଲାଣି। ମାତ୍ର ଆଜି ପର୍ଯ୍ୟନ୍ତ ଦ୍ବିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ହୋଇପାରିଲା ନାହିଁ। ଏବେ ବି ୨୩ ଏକର ପରିମିତ ଏହି କ୍ୟାମ୍ପସରେ ଯୁକ୍ତ୨ରୁ ପିଏଚ୍ଡି ପର୍ଯ୍ୟନ୍ତ ଛାତ୍ରୀ ପଢ଼ୁଛନ୍ତି। ଖେଳିବା ପାଇଁ ବିଶ୍ବବିଦ୍ୟାଳୟର ପଡ଼ିଆ ନାହିଁ। ଗତ ମାସରେ ଘୋଷଣା ହୋଇଥିବା ଧରଣୀଧର ବିଶ୍ବବିଦ୍ୟାଳୟ ଏମ୍ଏସ୍ସିବିର ଦ୍ବିତୀୟ କ୍ୟାମ୍ପସରେ ଚାଲିବାକୁ ଥିବା ବେଳେ ବିକ୍ରମଦେବ ବିଶ୍ବବିଦ୍ୟାଳୟ ଜଳସମ୍ପଦ ବିଭାଗର ଅବ୍ୟବହୃତ କୋଠାରେ ପଢ଼ିବେ ଛାତ୍ରଛାତ୍ରୀ। କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟରେ ଏଭଳି ସମସ୍ୟା ରହିଛି ତାହା ନୁହେଁ। ଭୁବନେଶ୍ବରରେ ଥିବା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ୨୪ ବର୍ଷ ହୋଇଥିଲେ ମଧ୍ୟ ପ୍ରଫେସର ଅଭାବ ଲାଗିରହିଛି। ଯେଉଁଥି ପାଇଁ ଗୋଟିଏ ପରେ ଗୋଟିଏ ପାଠ୍ୟକ୍ରମ ବନ୍ଦ ହେଉଛି। ୟୁଜିସିର ୧୨(ବି)ରେ ବିଶ୍ବବିଦ୍ୟାଳୟ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହିଁ। ୨୦୧୮ ସେପ୍ଟେମ୍ବରରେ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ମଞ୍ଜୁରି ମିଳିବା ପରେ ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳ ବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ ୨୫ ଏକର ଜାଗାରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବିଶ୍ବବିଦ୍ୟାଳୟକୁ ୫ବର୍ଷ ଚାଲିଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ ସ୍ବପ୍ନ ସାକାର ହୋଇପାରିନି। ଏବେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିବାରୁ ସ୍ବପ୍ନ କେବେ ସାକାର ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l