ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ୧୫୦ ତମ ଯୋରନ୍ଦା ମେଳା ବା ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଆଜି ଆରମ୍ଭ ହେବ। ସେଥିପାଇଁ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ପ୍ରଶାସନ ସମେତ ସାଧୁସମାଜ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦୁଇବର୍ଷ ହେଲା କୋଭିଡ୍ କଟକଣା ଯୋଗୁଁ ଯୋରନ୍ଦା ମେଳା ଅନୁଷ୍ଠିତ ହୋଇପାରି ନଥିଲା। ତେଣୁ ଚଳିତବର୍ଷ ପ୍ରବଳ ଜନ ସମାଗମ ହେବା ଆଶା କରାଯାଉଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଝାଡ଼ବତି ପ୍ରସ୍ତୁତ କରାଯାଇ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ବରିଷ୍ଠ ସନ୍ନ୍ୟାସୀମାନଙ୍କ ଦ୍ୱାରା ପଶ୍ଚିମ ଦିଗ ଝାଡ଼ରେ ପ୍ରଥମେ ଅଗ୍ନି ସଂଯୋଗ କରାଯିବ। ପରେ ଅନ୍ୟ ଝାଡ଼ରେ ବରିଷ୍ଠ ବଳ୍କଳଧାରୀ ସନ୍ନ୍ୟାସୀମାନେ ଅଗ୍ନି ସଂଯୋଗ କରିବେ ବୋଲି ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ ଗତ ସପ୍ତାହେ ହେଲା ଭକ୍ତମାନେ ଆସି ଆଶ୍ରମଗୁଡ଼ିକରେ ଅବସ୍ଥାନ କରିବା ଦ୍ୱାରା ମହିମା ଗାଦି ଚଳଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ଉଭୟ ବଳ୍କଳଧାରୀ ଓ କୌପୀନଧାରୀ ମହିମା ସମାଜ ମଧ୍ୟରେ ବିବାଦ କାରଣରୁ ମେଳାକୁ ନେଇ ଅନିଶ୍ଚତତା ଜାରି ରହିଥିଲା। ବିଶେଷକରି ଗାଦିମନ୍ଦିର ତୃତୀୟ ବେଢ଼ା ମଧ୍ୟରେ ଥିବା ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଟୁଙ୍ଗି, କୌପୀନଧାରୀ ମହିମା ସମାଜ ବତି ମନ୍ଦିର, ଧୁନି ମନ୍ଦିର ଓ ଭେକ ମନ୍ଦିର କୋର୍ଟଙ୍କ ରାୟ ପରେ ଭାଙ୍ଗି ଦିଆଯାଇଥିଲା। ଫଳରେ, ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀର ସାଧୁସନ୍ଥଙ୍କ ମଧ୍ୟରେ ମନାନ୍ତର ଜାରି ରହିଥିଲା। ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଇଥିଲେ ମଧ୍ୟ ଏହାର ଆପୋସ ସମାଧାନ ହୋଇପାରି ନଥିଲା। ଗଁଦିଆ ବ୍ଲକର ବିଭିନ୍ନ ଅଞ୍ଚଳରୁ ବୁଦ୍ଧିଜୀବୀମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ସମସ୍ୟାର ସମାଧାନ ଲାଗି ନିବେଦନ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନାହିଁ। ଶେଷରେ ଆସନ୍ତା ଫେବ୍ରୁଆରି ୨୨ ତାରିଖରେ ପୁନର୍ବାର ବୈଠକ ହୋଇ ଉଭୟ ସାଧୁସନ୍ଥଙ୍କ ସହମତିରେ ସମସ୍ୟାର ସମାଧାନ ହେବ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି।
ତେବେ, ଉଭୟ ଗୋଷ୍ଠୀର ସାଧୁମାନେ ମିଳିତ ଭାବେ ସମସ୍ୟାର ସମାଧାନ କରିବାକୁ ସହମତି ପ୍ରକାଶ କରିବା ପରେ ମହିମା ଭକ୍ତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଚଳିତ ବର୍ଷ ବହୁ ଭକ୍ତଙ୍କ ସମାଗମ ହେବ ବୋଲି ଆଲୋଚନା ହେଉଛି। ଚଳିତବର୍ଷ ପ୍ରଥମଥର ପାଇଁ କୌପୀନଧାରୀ ମହିମା ସମାଜ ପକ୍ଷରୁ ବିନା ଧୁନି ମନ୍ଦିର ଓ ବତି ମନ୍ଦିରରେ ମେଳା ପାଳନ କରାଯିବ। ଅଖଣ୍ଡ ଜ୍ୟୋତି ମନ୍ଦିରରେ ସମସ୍ତ ଭକ୍ତ ଶାନ୍ତିପୂର୍ଣ୍ଣ ଭାବେ ପ୍ରଭୁଙ୍କ ଝାଡ଼ ଦର୍ଶନ କରିବେ ବୋଲି କୁହାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l