ଦେଶ ବିଦେଶ ସ୍ୱାସ୍ଥ୍ୟ

ବିଶେଷଜ୍ଞଙ୍କ ଦାବି: ସ୍ପର୍ମ କାଉଣ୍ଟ କମ୍ କରିଥାଏ ବାୟୂ ପ୍ରଦୂଷଣ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣର ଯୋଗୁଁ ମଣିଷ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ଯୌନ ସ୍ୱାସ୍ଥ୍ୟକୁ ବି ପ୍ରଭାବିତ କରିପାରେ । ୟୁନିଭରସିଟି ଅଫ୍ ମ୍ୟାରିଲ୍ୟାଣ୍ଡ ସ୍କୁଲ ଅଫ୍ ମେଡିସିନର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି କି, କିପରି ବାୟୁ ମସ୍ତିଷ୍କରେ ପ୍ରଦାହ ସୃଷ୍ଟି କରି ଶୁକ୍ରାଣୁ ସଂଖ୍ୟାକୁ ହ୍ରାସ କରିଥାଏ । ଏହି ଅଧ୍ୟୟନ ‘ Environmental Health Perspectives’ ପତ୍ରିକାରେ ପ୍ରକାଶ ପାଇଛି ।

ତେବେ ବୈଜ୍ଞାନିକମାନେ ପୂର୍ବରୁ ଜାଣିଛନ୍ତି ଯେ ଚାପଗ୍ରସ୍ତ ଅବସ୍ଥାରେ ପ୍ରଜନନ ଅଙ୍ଗ ସହିତ ମସ୍ତିଷ୍କର ସିଧାସଳଖ ସଂଯୋଗ ରହିଛି, ଯାହାକି ପ୍ରଜନନ କ୍ଷମତା ଓ ଶୁକ୍ରାଣୁର ସଂଖ୍ୟାକୁ ପ୍ରଭାବିତ କରିଥାଏ । ଉଦାହରଣ ସ୍ୱରୂପ, ଭାବନାତ୍ମକ ଚାପରେ ଥିବା ମହିଳାଙ୍କ ଋତୁସ୍ରାବ ବିଗିଢ଼ିପାରେ । କିନ୍ତୁ ଏହି ଅଧ୍ୟୟନରେ କୁହାଯାଇଛି କି, ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ଦ୍ୱାରା ତାହା କିପରି ପ୍ରଜନନ କ୍ଷମତାକୁ କମ କରିଥାଏ । ବାୟୂ ପ୍ରଦୂଷଣ ଯୋଗୁଁ ମଣିଷର ଆୟୁଷ କମିବା ସହିତ ବେଜ୍ଞାନିକମାନେ ପ୍ରମାଣିତ କରିଛନ୍ତି ଯେ, ଏଥିରେ ପ୍ରଜନନ କ୍ଷମତା ଓ ଜନ୍ମ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏ ।

ଅଧ୍ୟୟନର ପ୍ରମୁଖ ଲେଖକ ଜେକାଙ୍ଗ ୟିଙ୍ଗ କହିଛନ୍ତି ଯେ, ‘ଆମ ଅନୁସନ୍ଧାନରୁ ଜଣାପଡିଛି ଯେ ବାୟୁ ପ୍ରଦୂଷଣ କାରଣରୁ ହେବାକୁ ଥିବା ବିପଦ ଅତି କମରେ ଶୁକ୍ରାଣୁର ସଂଖ୍ୟାକୁ ମୂଷାଙ୍କ ମସ୍ତିଷ୍କରେ ଥିବା ପ୍ରଦାୟଜନକ ଚିହ୍ନକୁ ବାହାର କରିପାରେ ।ଏହାକୁ ଦୃଷ୍ଟିରେ ରଖି ଏହାର ବିକାଶ କରିବାରେ ଆମେ ସକ୍ଷମ ହୋଇପାରିବା, ଯାହା ପ୍ରଜନନ ଉପରେ ବାୟୂ ପ୍ରଦୂଷଣର ହାନିକାରକ ପ୍ରଭାବକୁ ଅଟକାଇ ପାରିବ ବା ବଦଳାଇପାରିବ ।’

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ