ଅପରାଧ ରାଜ୍ୟ

ବିଶେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରୀ, ଥାନାରେ ଅଭିଯୋଗ ପରେ ତନାଘନା

ସାଲେପୁର ୨୧/୧୧: କଟକ ଜିଲ୍ଲା ସାଲେପୁର ଥାନା ବିଶେଶ୍ୱର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ୟଧିକ ଟଙ୍କାମୂଲ୍ୟର କଳାମୁଗୁନିପଥର ନାରାୟଣ ମୂର୍ତ୍ତି ଚୋରୀ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ରବିବାର ସଂଧ୍ୟାରେ ମନ୍ଦିରର ପୂଜକ ପୂଜାର୍ଚ୍ଚନାସାରି ମନ୍ଦିରରେ ତାଲା ପକାଇ ଯାଇଥିଲେ । ହେଲେ ଆଜି ସକାଳୁ ପୂଜକ ପୂଜାର୍ଚ୍ଚନା କରିବାକୁ ଆସିଥିବା ବେଳେ କେହି ଦୁର୍ବୁତ୍ତ ମନ୍ଦିରର ତାଲାଭାଙ୍ଗି ବହୁ ପୁରାତନ ଦୁର୍ଲ୍ଲଭମୂଲ୍ୟର କଳା ମୁଗୁନିପଥରର ନାରାୟଣଙ୍କ ମୃତ୍ତିକୁ ଚୋରି କରିନେଇଯାଇଥିବା ଦେଖିବାକୁ ପାଇଥିଲେ । ଚୋରି ହୋଇଥିବା କଳାମୁଗୁନି ପଥରର ନାରାୟଣ ମୂର୍ତ୍ତିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ କରାଯାଇଛି ।

ଅଭିଯୋଗ ପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତ କିଛିଦିନ ତଳେ ଏହି ଅଂଚଳର ପ୍ରସିଦ୍ଧ ଆରଧ୍ୟଦେବୀ ବଟେଶ୍ୱର ଭଗବତୀଙ୍କ ମନ୍ଦିରରୁ ୩କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଅଷ୍ଟଧାତୁର ମୂର୍ତ୍ତି ଚୋରୀ ହୋଇଥିବା ବେଳେ ଏହାର କିଛି ଦୂରରେ ଅବସ୍ଥିତ ବିଶେଶ୍ୱର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ପୁଣି ଚୋରୀ ହେବା ସାଲେପୁର ପୋଲିସର ପାରିବାପାଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।