ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ

ଭୁବନେଶ୍ୱର,୧୬/୦୪: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି ଫିଜିସିଆନ ତରଫରୁ ୨୦୨୧ ବର୍ଷ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି । ସୁନାମଧନ୍ୟ ହୋମିଓପାଥି ଚିକିତ୍ସକ ତଥା ଡା. ଅଭିନ୍ନଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡା. ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ପୁରସ୍କାର ନିମନ୍ତେ ଚୟନ କରାଯାଇଛି ।

ପୂର୍ବରୁ ପ୍ରଫେସର ମହାନ୍ତି ଭାରତ ସରକାରଙ୍କ ତରଫରୁ ସର୍ବୋତ୍ତମ ଶିକ୍ଷକ ଭାବରେ ସମ୍ମାନିତ ହୋଇଛନ୍ତି । ଏହି ପୁରସ୍କାର ତାଙ୍କୁ ୨୦୧୮ରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡୁ ପ୍ରଦାନ କରିଥିଲେ । ପୂର୍ବରୁ ମଧ୍ୟ ଶ୍ରୀ ମହାନ୍ତି ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି ।

ହୋମିଓପାଥି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ମହାନ୍ତିଙ୍କ ଅବଦାନ ଅତୁଳନୀୟ । ବର୍ତ୍ତମାନ ଡାକ୍ତର ମହାନ୍ତି ଖଣ୍ଡଗିରି ସ୍ଥିତ ଅନ୍ତର୍ଜାତୀୟ ଅଧ୍ୟୟନ ଓ ଅନୁସନ୍ଧାନ କ୍ଷେତ୍ରଠାରେ ଚିକିତ୍ସାରତ ଅଛନ୍ତି । ଏହା ବ୍ୟତୀତ ସେ ସାଇଣ୍ଟିଫିକ୍ ଆଡଭାଇଜାରୀ ବୋର୍ଡର ଅଧ୍ୟକ୍ଷ, କ୍ଷେତ୍ରୀୟ ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ଓ କେନ୍ଦ୍ରୀୟ ହୋମିଓପାଥି ଅନୁସନ୍ଧନ ପରିଷଦ, ଭାରତ ସରକାର ଓ ଆୟୁଷ ମନ୍ତ୍ରାଳୟର ବିଭିନ୍ନ କମିଟିରେ ଉପଦେଷ୍ଟା ଭାବେ କାର୍ଯ୍ୟରତ୍ତ ।

ଏତତ୍ ବ୍ୟତୀତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅପ୍ ହୋମିଓପାଥି ଫିଜିସିଆନ ତରଫରୁ ୨୦୨୧ ପାଇଁ ଭାରତର ଡାକ୍ତର ଗିରେନ୍ଦ୍ର ପାଲ ଓ ଇଟାଲିର ହୋମିଓପାଥି ଚିକିତ୍ସକ ଡା. ରେନଜୋ ଗାଲାସିଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ପୁରସ୍କାର ପାଇଁ ଚୟନ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ