ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି

ସାଲେପୁର ୨୬/୦୯: ଗତକାଲି ବିଳମ୍ବିତ ରାତ୍ରରେ ବହୁ ମୂଲ୍ୟବାନ ଅଷ୍ଟଧାତୁର କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ମୂର୍ତ୍ତି ମନ୍ଦିରରୁ ଚୋରୀ । ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହା ଏକ ମନ୍ଦିରରୁ ମୂର୍ତ୍ତି ଚୋରଙ୍କ ରାକେଟ ବୋଲି ଜଣାପଡୁଛି । ଏଭଳି ବିରଳମୂର୍ତ୍ତି କେଉଁଠାରେ ଦେଖିବାକୁ ମିଳେନାହିଁ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବଟେଶ୍ୱର ମା ଭଗବତୀଙ୍କ ମନ୍ଦିରରେ ।

ବହୁ ପୁରାତନ ଭାଗବତୀଙ୍କ ମନ୍ଦିରରେ ପୂଜାପାଆନ୍ତି ମା ଭଗବତୀ । ଏହି ମନ୍ଦିରରେ ବହୁ ପୁରାତନ ଓ ମୂଲ୍ୟବାନର ଦେବୀ ଓ ପାର୍ଶ୍ଵ ଦେବାଦେବୀ ପୂଜା ପାଆନ୍ତି। ଏବେ ଏହି ପୀଠରେ ମାଙ୍କ ନବରାତ୍ର ପୂଜା ବେଶ ଆଡ଼ମ୍ବରରେ ଚାଲିଛି । ଗତକାଲି ବିଳମ୍ବିତ ରାତ୍ରରେ ମାଙ୍କ ନବରାତ୍ର ପୂଜା ସାରି ପୂଜକ ମାନେ ମନ୍ଦିର ପହଡ଼ପକାଇ ଯିବାପରେ କେହି ଦୁର୍ବତ୍ତ ମନ୍ଦିରର ତାଲାକାଟି ୩ ଗୋଟି ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରୀ କରି ନେଇଛନ୍ତି ।

ଆଜି ଭୋର ସମୟରେ ମନ୍ଦିରକୁ ମାଙ୍କ ନବରାତ୍ର ପୂଜା କରିବାକୁ ଯିବା ବେଳେ କବାଟ ଭାଙ୍ଗି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରୁ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ଅଷ୍ଟଧାତୁର ପଞ୍ଚମୁଖୀ କାଳୀମୂର୍ତ୍ତି, ଲଷ୍ମୀମୂର୍ତ୍ତି ଓ ଚନ୍ଦ୍ରଶେଖର ମୂର୍ତ୍ତି ଚୋରୀ ହୋଇଯାଇଛି । ଏହି ତିନିଗୋଟି ମୂର୍ତ୍ତିର ଆନୁମାନିକ ମୂଲ୍ୟ ୩କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଯାହା ଜଣାପଡୁଛି । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଧରିବାପରେ ସକ୍ଷମ ହୋଇନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।