ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ଜିଲ୍ଲା ପରିଷଦ ସଭ୍ୟାଙ୍କର ଗାଡି ପୋଡ଼ିଲେ

ଟାଙ୍ଗୀ ୦୨/୦୯: ଟାଙ୍ଗୀ ବ୍ଲକ ୯ ନଂ ଜୋନ୍‌ରେ ଜିଲ୍ଲା ପରିଷଦ ସଭ୍ୟା ମିତାଜଂଳୀ ବଳିଆରସିଂଙ୍କର ଗାଡିଟିକୁ କେହି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଛନ୍ତି । କି’ଏ ସେହି ଦୃର୍ବୃତ୍ତ ଏଭଳି କାର୍ଯ୍ୟ କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ନିରାକାରପୁର ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାଟି ବଡପୋଖରୀଆ ଗ୍ରାମର ବୋଡଙ୍ଗରା ଗ୍ରାମରେ ଘଟିଛି ।

ଅଶାନ୍ତ ଥିବା ବଡପୋଖରୀଆ ଗ୍ରାମ ବେଶ କିଛି ଦିନ ହେଲା ଶାନ୍ତ ବାତାବରଣକୁ ଫେରିଆସିଥିଲା । ହେଲେ ବର୍ତ୍ତମାନର ଏହି ଗାଡି ପୋଡି ଘଟଣା ପୁଣି ଅଶାନ୍ତି ର ବାତାବରଣ ସୃଷ୍ଟି ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଉଦ୍ଦେଶ୍ୟ ମୂଳକ ଭାବେ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।