ଅପରାଧ ରାଜ୍ୟ

ବିଳମ୍ବିତ ରାତି ତେଜରାତି ଦୋକାନରୁ ଚୋରି, ପୋଲିସର ତନାଘନା

କଣ୍ଟାବାଞ୍ଜି ୩୧/୦୫: କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁର ଏକ ତେଜରାତି ଦୋକାନରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ଦୋକାନର ଡ୍ରରରୁ ପ୍ରାୟ ୬୦ ରୁ ୭୦ ହଜାର ନେଇଯାଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।

ଦୋକାନର ସ୍କାଇଲାଇଟ ଭାଙ୍ଗି ଚୋର ମାନେ ଭିତରକୁ ପଶି ଚୋରି କରିଥିବା ବେଳେ ଦୋକାନ ମାଲିକ ଚୋରିର ଆଭାସ ପାଇଁ ଚୋରକୁ ଦୌଡାଇଥିଲେ । ଚୋର ଡ୍ରର ଛାଡି ଦେଇଥିବା ବେଳେ ଟଙ୍କାନେଇ ଫେରାର ହେବାରେ ସଫଳ ହୋଇଥିବା ଜଣାଯାଇଛି । ଗତ ୩ ମାସ ମଧ୍ୟରେ ଏହି ରାସ୍ତାରେ ଥିବା ଦୋକାନ, ପେଟ୍ରୋଲ ପମ୍ପ ଚୋରି ହୋଇଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଚୋରର ଟେର ପାଇନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।