ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଲାତି ଓଡ଼ିଶାରେ ତାଲା ଝୁଲୁଛି, ଏବେ ଖତ ଖାଉଛି ଯନ୍ତ୍ରାଂଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କେନ୍ଦୁଝର, (ସୁଧାଂଶୁ ଶେଖର ସାହୁ): ଜଳବାୟୁ, ଉପଯୁକ୍ତ ମୃତ୍ତିକା ଏବଂ ଅନୁକୂଳ ପରିବେଶ ଯୋଗୁଁ କେନ୍ଦୁଝର ଜିଲ୍ଲାରେ ଭଲ ବିଲାତି ଚାଷ ହେଉଛି। ମାତ୍ର, ଶୀତଳଭଣ୍ଡାରର ଅଭାବ ଏବଂ କୃଷି ବିଭାଗ ଦୂରଦୃଷ୍ଟି ଅଭାବରୁ ବିଲାତି ଚାଷୀଙ୍କ ଆର୍ଥିକ ପ୍ରଗତି ହୋଇପାରୁନାହିଁ। ସେପଟେ ୧୯୯୫ ମସିହାରେ ସରକାରଙ୍କ ସହ ଯୌଥ ଉଦ୍ୟୋଗରେ କେନ୍ଦୁଝରଠାରୁ ୧୩ କିଲୋମିଟ ଦୂର ଗୋପାଳପୁରଠାରେ ପ୍ରତିଷ୍ଠା ହୋଇଥିବା ‘ବିଲାତି ଓଡ଼ିଶା’ରେ ତାଲା ପଡ଼ିଛି। ଏବେ ଚାଷୀର ତୋଳା ଖର୍ଚ୍ଚ ବି ଉଠିପାରୁ ନାହିଁ। ଅଭାବୀ ବିକ୍ରିର ଶିକାର ହେଉଛି ବିଲାତି ଚାଷୀ।

୧୯୯୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏବଂ ଶିଳ୍ପମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ସ୍ପଞ୍ଜ ଆଇରନ୍ ଦ୍ୱାରା କାନ୍‌ଝାରୀ ଡ୍ୟାମ କୂଳରେ ୨୫ଏକର ପରିମିତ ଜମିରେ ‘ବିଲାତି ଓଡ଼ିଶା’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ ଖର୍ଚ୍ଚ ଅଟକଳ ଥିଲା ୨୨କୋଟି ଟଙ୍କା। ୧୯୯୮ ମସିହାରେ କମ୍ପାନି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା। ଆଇଏସ୍‌ଓ ୯୦୦୧ ଓ ୨୦୦୦ ମାନ୍ୟତା ଲାଭ କରିଥିବା ବିଲାତି ଓଡ଼ିଶା କାରଖାନାକୁ ପୂର୍ବଭାରତର ସର୍ବବୃହତ୍ କୃଷି ଶିଳ୍ପ କାରଖାନା ଭାବେ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା। କମ୍ପାନି ଚାଷୀଙ୍କୁ କମ୍ ଦରରେ ଉନ୍ନତ କିସମର ବିଲାତି, ଲଙ୍କା, ଅମୃତଭଣ୍ଡା ବିହନ, ସାର, କୀଟନାଶକ ଇତ୍ୟାଦି ଦେଇ ଉତ୍ପାଦିତ ବିଲାତିକୁ ନିଜ ଖର୍ଚ୍ଚରେ କାରଖାନାକୁ ଆଣି ‌ପ୍ରୋସେସିଂ କରି ବାହାରକୁ ରପ୍ତାନୀ କରୁଥିଲା। ପାଚିଲା ଆମ୍ବ ସଂଗ୍ରହ କରାଯାଇ ଆମ୍ବ ରସକୁ ପ୍ରୋସେସିଂ କରାଯାଇ ପେପ୍‌ସି କମ୍ପାନିକୁ ବିକ୍ରି କରାଯାଉଥିଲା। ଆମ୍ବ ରସ ଏବଂ ବିଲାତି ପେଷ୍ଟ ଉନ୍ନତମାନର ହୋଇଥିବାରୁ ଚାହିବା ଅନୁସାରେ ଦେଶ ଏବଂ ଦେଶ ବାହାରେ ଜର୍ମାନୀ, ଇଂଲଣ୍ଡ, ୟୁଏଇ, ନେଦରଲ୍ୟାଣ୍ଡ୍‌ସକୁ ମଧ୍ୟ ରପ୍ତାନୀ କରାଯାଉଥିଲା। ବିଶେଷକରି, ଜାନୁଆରିଠାରୁ ଜୁଲାଇ ପର୍ଯ୍ୟନ୍ତ କାରଖାନାର କାରବାର ଅଧିକ ହେଉଥିଲା।

ତେବେ, କାରଖାନା ଚାଲିବାର କିଛିବର୍ଷ ପରେ ଆର୍ଥିକ ସଂକଟ କାରଣରୁ ବନ୍ଦ ହୋଇଗଲା। ଏଥିଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ୨୦୧୨ ମସିହାରେ ସଦର ବ୍ଲକ୍‌ ଜଡିଚାତର ଗ୍ରାମର ବିଲାତି ଚାଷୀ କ୍ଷତି ଅସହ୍ୟ ହେବାରୁ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା । ଜିଲ୍ଲା ପ୍ରଶାସନର ଚାପରେ କାରଖାନା କର୍ତ୍ତୃପକ୍ଷ କିଛିଦିନ ପାଇଁ ଏହାକୁ କାର୍ଯ୍ୟକ୍ଷମ କରି ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିଥିଲେ। ମାତ୍ର, ପରବର୍ଷ ଆର୍ଥିକ ସଂକଟ କାରଣରୁ କାରଖାନାରେ ପୁଣି ତାଲା ପଡ଼ିଲା। ବହୁ କର୍ମଚାରୀ ଦରମା ପାଇଲେ ନାହିଁ। ବିଲାତି ଓଡ଼ିଶା ଲିମିଟେଡ଼ରେ ୨୪ଜଣ କର୍ମଚାରୀ ଏବଂ ଠିକାଦାର ମାଧ୍ୟମରେ ୩୦୦ରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ କାମ କରୁଥିଲେ। ଜିଲ୍ଲା ଏବଂ ଜିଲ୍ଲା ବାହାରର ୧୦୦୦ ଚାଷୀ ପରିବାର କମ୍ପାନି ବନ୍ଦ କାରଣରୁ ପ୍ରଭାବିତ ହୋଇଛନ୍ତି। ବହୁବର୍ଷ ଧରି କାରଖାନା ବନ୍ଦ ପଡ଼ିଥିବାରୁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ନଷ୍ଟ ହୋଇଗଲାଣି । ଏହି କୃଷିଭିତ୍ତିକ କାରଖାନାକୁ ପୁନରୁଦ୍ଧାର କରିବା ପାଇଁ କୃଷି ବିଭାଗ ଯତ୍ନବାନ ହେଲେ ଚାଷୀ ଉପକୃତ ହୋଇପାରନ୍ତେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।