ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିରୋଧୀ ମେଣ୍ଟର ‘ଇଣ୍ଡିଆ’ ନାମକୁ ନେଇ ରାଜନୀତି ତେଜିଲା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ୨୬ ବିରୋଧୀ ଦଳ ଗୋଟିଏ ମେଣ୍ଟରେ ଲଢ଼ିବେ। ଏହି ବିରୋଧୀ ମେଣ୍ଟର ନାଁ ରଖାଯାଇଛି ‘ଇଣ୍ଡିଆ’- ‘ଇଣ୍ଡିଆନ ନେସ୍‌ନାଲ ଡେଭ‌ଲପମେଣ୍ଟାଲ ଇନକ୍ଲୁଜିଭ ଆଲିଆନ୍ସ’ (ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମ୍ମିଳିତ ମେଣ୍ଟ)। ‌ତେବେ ମେଣ୍ଟର ‘ଇଣ୍ଡିଆ’ ନାମକୁ ନେଇ ଜୋରଦାର ରାଜନୀତି ଆରମ୍ଭ ‌ହୋଇଯାଇଛି। ବିରୋଧୀ ଦଳମାନେ ଏହାକୁ ‘ଟିମ୍‌ ଇଣ୍ଡିଆ’ କହୁଥିବା ବେଳେ ବିଜେପି ନେତାମାନେ ଏହା ବିରୋଧୀ ଦଳଙ୍କ ଦେବାଳିଆ ମାନସିକତା ବୋଲି କହିଛନ୍ତି। ବିରୋଧୀ ମେଣ୍ଟର ନାଁକୁ ଟା‌ର୍ଗେଟ୍‌ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି,‘ବ୍ରିଟିଶ ଶାସକ ଆମର ନାଁ ଇଣ୍ଡିଆ ରଖିଥିଲେ ଏବଂ କଂଗ୍ରେସ ଏହାକୁ ଠିକ୍‌ ବୋଲି ଗ୍ରହଣ କରିଥିଲା। ଆମକୁ ଏହି ଔପନିବେଶବାଦ ମାନସିକତାରୁ ନିଜକୁ ମୁକ୍ତ କରିବାକୁ ପଡ଼ିବ। ଆମର ପୂର୍ବଜମାନେ ଭାରତ ପାଇଁ ଲଢ଼ୁଥିଲେ ଏବଂ ଆମେ ବି ଏହି ଲଢ଼େଇ ଜାରି ରଖିବୁ। ‘ଇଣ୍ଡିଆ’କୁ ବିଦେଶରେ ଲଗାତାର ବଦନାମ କରିଚାଲିଥିବା ବିରୋଧୀ ଦଳ ନେତାମାନେ ଏବେ ‘ଇଣ୍ଡିଆ’ ନାମର ସାହାରା ନେବାକୁ ଚାହୁଛନ୍ତି।

recommended by

TIPS AND TRICKS

The Vet Goes Into Shock! This Is What The Giant Snake Swallowed

LEARN MORE

‘ଇଣ୍ଡିଆ ମେଣ୍ଟ’ରେ ‘ଡି’ ନାମକୁ ନେଇ ନିଜେ ବିରୋଧୀ ନେତାମାନେ ଦ୍ବନ୍ଦ୍ବରେ ରହିଛନ୍ତି ବୋଲି ଶର୍ମା କହିଛନ୍ତି। ବୈଠକରେ ଯୋଗ ଦେଇଥିବା ବିରୋଧୀ ଦଳ ନେତାମାନେ ‘ଇଣ୍ଡିଆ’ର ଅର୍ଥକୁ ଭିନ୍ନ ଭିନ୍ନ ଭାବେ ଲେଖିଛନ୍ତି। କଂଗ୍ରେସ ‘ଇଣ୍ଡିଆ’ରେ ଡି କୁ ‘ଡେଲଲପମେଣ୍ଟାଲ୍‌’ କହିଛି। ଅନ୍ୟପକ୍ଷେ ଶରଦ ପାୱାର ‘ଡି’ ର ଅର୍ଥ ‘ଡେମୋକ୍ରାସି’ ଲେଖିଛନ୍ତି। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ଡି ଅର୍ଥ ଡିମୋକ୍ରାଟିକ୍‌ ନା ଡେଭଲପମେଣ୍ଟାଲ ତାହାକୁ ନେଇ ଦ୍ବନ୍ଦ୍ବ ରହିଛି। ଯେଉଁମାନେ ‌ଗୋଟିଏ ଶବ୍ଦକୁ ନେଇ ସହମତ ହୋଇପାରୁନାହାନ୍ତି ସେମାନେ ଦେଶ ଚଳାଇବାକୁ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ବିରୋଧୀ ଦଳଙ୍କ ମେଣ୍ଟ ନାମକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ ଏବଂ ଏ ବାବଦରେ ବିଜେପି ବିଭ୍ରାନ୍ତି ସୃଷ୍ଟି କରୁଛି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ବେଙ୍ଗାଲୁରୁରେ ବିରୋଧୀ ବୈଠକ ଶେଷ ହେବାପରେ ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖାଯାଇଛି ବୋଲି ଘୋଷଣା କରିଥିଲେ। ତେବେ ଖଡ଼ଗେ ଏହି ସମୟରେ ‘ଇଣ୍ଡିଆ’କୁ ଭୁଲ୍‌ରେ ‘ଇଣ୍ଡିଲ୍‌’ କହିଦେଇଥିଲେ। ପ‌ରେ ସେ ନିଜକୁ ଠିକ୍‌ କରି ‘ଇଣ୍ଡିଆ’ କହିଥିଲେ। ବିଜେପି ଆଜି ଏହି ପ୍ରସଙ୍ଗରେ ଖଡ଼ଗେଙ୍କୁ କଟାକ୍ଷ କରିଛି। ବିଜେପି ଖଡ଼ଗେଙ୍କର ଏକ ଭିଡିଓ ଟ୍ବିଟ୍‌ କରି କହିଛି, ‘କଂଗ୍ରେସ ସଭାପତି ‘ଇଣ୍ଡିଆ’ ଶବ୍ଦକୁ ବି ଠିକ୍‌ରେ କହି ପାରୁନାହାନ୍ତି। ଏଥିରୁ ସେମାନଙ୍କ ପ୍ରତିବଦ୍ଧତା ଆପଣ ଦେଖିପାରୁଥିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ