ନୂଆଦିଳ୍ଲୀ ୨୦।୧୦: ଆମେରିକାର ନ୍ୟୁୟର୍କ ସିଟିରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବିରିୟାନି ଖାଇବାକୁ ଆସିଥିବା ଜଣେ ବ୍ୟକ୍ତି ବାଂଲାଦେଶୀ ରେଷ୍ଟୁରାଣ୍ଟରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇଥିବା ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ସେ ବିରିୟାନି ଖାଇବାକୁ ଅର୍ଡର ଦେଇଥିଲେ କିନ୍ତୁ ଏହା ବଦଳରେ ଅନ୍ୟ କିଛି ସର୍ଭ କରାଯାଇଛି। ଯାହାକୁ ଦେଖି ଉକ୍ତ ବ୍ୟକ୍ତି ରାଗି ଯାଇଥିଲେ ଏବଂ ଅଘଟଣ ଘଟାଇଥିଲେ ।
କିନ୍ତୁ ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ୪୯ ବର୍ଷୀୟ ଚୋପେଲ୍ ନରବୁ । ତାଙ୍କୁ ଗିରଫ କରାଯିବା ପରେ ପୋଲିସକୁ କହିଛି କି , ମୁଁ ଅତ୍ୟଧିକ ମଦ୍ୟପାନ କରିଥିଲି, ମୁଁ ଚିକେନ୍ ବିରିୟାନିଙ୍କୁ ଅର୍ଡର ଦେଇଥିଲି। କିନ୍ତୁ ସେମାନେ ମୋତେ ଚିକେନ୍ ବିରିୟାନି ଦେଇ ନଥିଲେ ଅଲଗା କିଛି ସର୍ଭ କରିଥିଲେ। ଯାହାକୁ ଦେଖି ମୁଁ ରାଗିଯାଇଥିଲି । ଏବଂ ବାହାରକୁ ଫିଙ୍ଗି ଦେଇଥିଲି।
ପୋଲିସକୁ ଦେଇଥିବା ବିବୃତ୍ତିରେ କୁହାଯାଇଛି କି ରେଷ୍ଟୁରାଣ୍ଟରେ ଉପସ୍ଥିତ ଲୋକମାନେ କୁହନ୍ତି ଯେ ବ୍ୟକ୍ତି ଜଣକ ମଦ୍ୟପାନ କରିଥିଲେ। ପରେ ବହୁତ ମାରପିଟ୍ ହୋଇଥିଲା। ସେଠାରୁ ଚାଲି ଯାଇଥିଲେ ହେଲେ ପରଦିନ ରାତି ପ୍ରାୟ ୬ଟା ସମୟରେ ରେଷ୍ଟୁରାଣ୍ଟ ଏବଂ ଷ୍ଟୋର ଫ୍ରଣ୍ଟରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଇଟ୍ଟି ଗାର୍ଡେନ୍ ଏବଂ ଗ୍ରୀଫ୍ କର୍ମଚାରୀମାନେ ଏହି ଘଟଣା ସମ୍ପର୍କରେ ଏକ ଭିନ୍ନ କାହାଣୀ କହିଛନ୍ତି। ବ୍ୟକ୍ତି ଜଣଙ୍କ ଦୋକାନରେ ଯେଉଁଭଳି ଆଚରଣ କରିଥିଲେ, ତାହା ଏକ ପାଗଳ ଭଳି ଥିଲା। ସିରାଜ ନୁରାନୀ ନାମକ ଜଣେ ସାମ୍ବାଦିକ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।