ଅପରାଧ ରାଜ୍ୟ

ବିରିପଟାରେ ହରିଶ୍ଚନ୍ଦ୍ର ହରିଲୁଟ୍‌: ମୃତ ସ୍ବାମୀଙ୍କୁ ପତ୍ନୀମୃତ୍ୟୁ ସହାୟତା

ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ର ବିରିପଟା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଦୁର୍ନୀତି ସୀମା ଟପିଯାଇଛି। ୮ ବର୍ଷ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ପରେ ତାଙ୍କର ସ୍ତ୍ରୀଙ୍କ ମୃତ୍ୟୁ ହେଲା। ତେବେ ସ୍ତ୍ରୀ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ସହାୟତା ରାଶି ସ୍ବାମୀଙ୍କୁ ପ୍ରଦାନ କରାଯାଇଥିବା ଦର୍ଶାଯାଇଛି।

ବିରିପଟା ପଞ୍ଚାୟତର ବାସିନ୍ଦା ସେବତୀ ରାଉତଙ୍କ ମୃତ୍ୟୁ ହେବାରୁ ତାଙ୍କ ସ୍ୱାମୀ ପଞ୍ଚାନନ ରାଉତଙ୍କ ନାମରେ ଦୁଇହଜାର ଟଙ୍କା ସହାୟତା ଦିଆଯାଇଛି। ପରିବାର ଲୋକଙ୍କୁ ସହାୟତା ଦିଆଯିବାରେ କୌଣସି ଅସ୍ବାଭାବିକତା ନାହିଁ। କିନ୍ତୁ ସେବତୀଙ୍କ ସ୍ବାମୀ ପଞ୍ଚାନନଙ୍କ ମୃତ୍ୟୁକୁ ଇତିମଧ୍ୟରେ ୮ ବର୍ଷ ହେଲାଣି। ସେ ଏହି ସହାୟତା ରାଶି ଗ୍ରହଣ କଲେ କିପରି ବୋଲି ପ୍ରଶ୍ନ ଉଠୁଛି।
ସେହିପରି ଏହି ପଞ୍ଚାୟତର ବିନୋଦ ବିହାରୀ ମଲ୍ଲିକ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରିଥିଲେ। ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ୪୦ ହଜାରରୁ ଅଧିକ ଟଙ୍କା ପେନସନ୍‌ ପାଉଛନ୍ତି। ବିନୋଦ ବିହାରୀଙ୍କ ପରିବାରକୁ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ କରି ୨ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି। ବୈକୁଣ୍ଠନାଥ ସାମଲଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକେ ଟଙ୍କା ପାଇନାହାନ୍ତି ବରଂ ଅନ୍ୟ ଜଣେ ଲୋକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଛି। ଅଲେଖ ମଲ୍ଲିକଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଟଙ୍କା ପରିବାର ଲୋକ ପରିବର୍ତ୍ତେ ଆଉ କେହି ନେଇଯାଇଥିବା ଅଭିଯୋଗ ହୋଇଛି। ଏକାଧିକ ସ୍ୱଚ୍ଛଳ ବର୍ଗ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ଦିଆଯାଇଥିବା ଗ୍ରାମବାସୀ ଲିଖିତଭାବେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।

ହରିଶ୍ଚନ୍ଦ୍ର ଯୋଜନାର ମହାଦୁର୍ନୀତିରେ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଦାୟିତ୍ୱରେ ଥିବା ସରକାରୀ ବାବୁ ସାମିଲ ଥିବାରୁ ତଦନ୍ତ କରି ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହାର ଖୁବ୍ ଶୀଘ୍ର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ଏହା ପୂର୍ବରୁ ଏହି ପଞ୍ଚାୟତରେ ଭତ୍ତା ଦୁର୍ନୀତି ନେଇ ଅଭିଯୋଗ ଉଠିଥିଲା। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଏହାର ତଦନ୍ତ ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।