ଖେଳ

ବିରାଟ କୋହଲିଙ୍କୁ ଆଶ୍ଵସ୍ତି, ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ଖେଳିବ ଭାରତୀୟ ଦଳ

ନୂଆଦିଲ୍ଲୀ ୦୨।୦୭: ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍‌ରେ ନ୍ୟୁଜିାଲଣ୍ଡ ହାତରୁ ପରାଜିତ ହେବା ପରେ ଏବେ ଭାରତୀୟ କ୍ରିକେଟ୍ ଦଳର ନଜର ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଉପରେ ରହିଛି। ସିରିଜ୍‌ର ପ୍ରଥମ ମୁକାବିଲା ଅଗଷ୍ଟ ୪ରୁ ଆରମ୍ଭ ହେବ। ସଂପ୍ରତି ଭାରତୀୟ ଦଳ ଇଂଲଣ୍ଡରେ ଛୁଟି ମନାଉଛନ୍ତି ଏବଂ ଜୁଲାଇ ୧୪ରେ ଡରହମରେ ସମସ୍ତ ଖେଳାଳି ଏକତ୍ରିତ ହେବେ। ଏହା ମଧ୍ୟରେ ଭାରତୀୟ ଦଳ ପାଇଁ ଆଶ୍ଵସ୍ତିକର ଖବର। କୋହଲି ଟେଷ୍ଟ ସିରିଜ୍ ପୂର୍ବରୁ କୌଣସି ଅଭ୍ୟାସ୍ ମ୍ୟାଚ୍ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ। ଏବେ ଖବର ଆସିଛି ଯେ, ଭାରତ ସିରିଜ୍ ପୂର୍ବରୁ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ଖେଳିବ। ଏ ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ଅନୁରୋଧ ସ୍ଵୀକାର କରିଛି ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି)। ଇସିବିର କାଉଣ୍ଟି ଦଳ ବିପକ୍ଷରେ ଭାରତ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ଖେଳିବ। ଦୁଇ ମ୍ୟାଚ୍ ଡରହମରେ ଖେଳାଯିବ।

ଦୈନିକ ଭାସ୍କରର ରିପୋର୍ଟ ଅନୁଯାୟୀ, ବିସିସିଆଇ ଭାରତୀୟ ଖେଳାଳିଙ୍କ ଛୁଟି ପରେ ଡରହମର ଏମିରାଟ୍ସରେ ଏକାଠି ହେବାକୁ କହିଛି। ପ୍ରଥମ ଅଭ୍ୟାସ୍ ମ୍ୟାଚ୍ ଚାରି ଦିନିଆ ଖେଳାଯିବ। ହେଲେ କେଉଁ କାଉଣ୍ଟି ଦଳ ସହ ଭାରତୀୟ ଦଳ ଅଭ୍ୟାସ୍ ମ୍ୟାଚ୍ ଖେଳିବ ତାର ନିଷ୍ପତ୍ତି ଏ ଯାଏଁ ହୋଇ ନାହିଁ। ଏହା ପରେ ଦଳ କାଉଣ୍ଟି ସିଲେକ୍ଟ-୧୧ ବିରୋଧରେ ମ୍ୟାଚ୍ ଖେଳିବ।

ସୂଚନାଯୋଗ୍ୟ, ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲା ପରେ ବିରାଟ କୋହଲି ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଅଭ୍ୟାସ୍ ମ୍ୟାଚ୍ ଖେଳାଯିବା ଉଚିତ୍ ବୋଲି କହିଥିଲେ। ଏ ନେଇ ସେ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ତାଙ୍କ ପ୍ରସ୍ତାବ କଣ ପାଇଁ ଖାରଜ ହୋଇଥିଲା ସେ ଜାଣିନଥିବା କୋହଲି କହିଥିଲେ। ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ମଧ୍ୟ ଦଳ କୌଣସି ଅଭ୍ୟାସ୍ ମ୍ୟାଚ୍ ଖେଳିନଥିଲା। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳି ନିଜର ପ୍ରସ୍ତୁତି ଠିକ୍ କରିଥିଲା। ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ଭାରତକୁ ପରାସ୍ତ କରି ଟେଷ୍ଟ କ୍ରିକେଟର ନୂତନ ବାଦଶାହା ହୋଇ ପାରିଥିଲା ନ୍ୟୁଜିଲାଣ୍ଡ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ