ଖେଳ ଦେଶ ବିଦେଶ

ବିରାଟ କୋହଲି ବିଶ୍ବ କ୍ରିକେଟ୍‌ରେ ଶକ୍ତିଶାଳୀ: ଟେଲର୍‌

ମେଲବର୍ନ : ଭାରତୀୟ ଦଳ ଅଧିନାୟକ ବିରାଟ ‌କୋହଲି ବିଶ୍ବ କ୍ରିକେଟର୍‌ ଜଣେ ଅତି ଶକ୍ତିଶାଳୀ ବ୍ୟକ୍ତି ବୋଲି ଦର୍ଶାଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାର୍କ ଟେଲର୍‌। କୋହଲିଙ୍କୁ ଜଣେ ଆକ୍ରମଣାତ୍ମକ କ୍ରିକେଟର୍ ଏବଂ ରାଷ୍ଟ୍ରୀୟ ଚେତନାର ସଂଜମି ବ୍ୟକ୍ତି ଭାବେ ମଧ୍ୟ ଅଭିହିତ କରିଛନ୍ତି ଟେଲର୍‌। ବର୍ଷ ବର୍ଷ ଧରି କୋହଲି ଅନେକ ମ୍ୟାଚ୍‌ ବିଜୟୀ ପାଳି ଖେଳି ନିଜ ପ୍ରତିଷ୍ଠା ବଢ଼ାଇଛନ୍ତି। ସମ୍ମାନର ସହ ପ୍ରଭାବୀ ବ୍ୟକ୍ତିତ୍ବ ଗଢ଼ିବାରେ ସେ ଦାୟିତ୍ବବାନ ଭୂମିକା ତୁଲାଇଛନ୍ତି ବୋଲି ଟେଲର୍ ପ୍ରକାଶ କରିଛନ୍ତି।

ଅଷ୍ଟ୍ରେଲୀୟଙ୍କ ମିଶ୍ର ମତ
ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳ ଅଧିନାୟକ ଟିମ୍ ପେନ୍‌ଙ୍କ ମତରେ ଅଷ୍ଟ୍ରେଲୀୟମାନେ କୋହଲିଙ୍କୁ ନେଇ ‘ଧୃବିକରଣ’ ମତ ରଖନ୍ତି। କୋହଲିଙ୍କୁ ପ୍ରତିଦ୍ବନ୍ଦ୍ବୀ ଭାବେ ଅଷ୍ଟ୍ରେଲୀୟମାନେ ଘୃଣା କରିବାକୁ ଭଲ ପାଆନ୍ତି କିନ୍ତୁ ପ୍ରଶଂସକ ଭାବେ ତାଙ୍କ ବ୍ୟାଟିଂ ଦେଖିବାକୁ ପସନ୍ଦ କରିଥାନ୍ତି। ଡିସେମ୍ବର ୧୭ ତାରିଖରୁ ଆରମ୍ଭ‌ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ୪ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଏଭଳି ମତ ରଖିଛନ୍ତି ପେନ୍‌। ସୂଚନାଯୋଗ୍ୟ, ବର୍ଡର-ଗାଭାସ୍କର ଟ୍ରଫିରେ ସବୁ ସମୟରେ ଅନେକ ଉତ୍ତେଜକ ମୁହ‌ୂର୍ତ ନଜରକୁ ଆସିଥାଏ। ପଡିଆ ଭିତରେ କୋହଲିଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ଆଚରଣ ସହିତ ପ୍ରଭାବୀ ବ୍ୟାଟିଂକୁ ନେଇ ଅଷ୍ଟ୍ରେଲୀୟମାନେ ଏଭଳି ଭିନ୍ନ ମତ ରଖିବା ସ୍ବାଭାବିକ।

ପେସର୍‌ରଙ୍କ ଉନ୍ନତି ନେଇ ଲାଙ୍ଗର ନିଶ୍ଚିତ
ଦୁଇ ବର୍ଷ ତଳେ ଭାରତ ନିକଟରୁ ଘରୋଇ ମାଟିରେ ଟେଷ୍ଟ୍ ଶୃଙ୍ଖଳା ହାରିବା ପରଠାରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲରମାନେ ଉନ୍ନତି କରିଛନ୍ତି ବୋଲି ଦୃଢ଼ ବିଶ୍ବାସ ରଖିଛନ୍ତି ଦଳର ପ୍ରଶିକ୍ଷକ ‌ଜିଷ୍ଟିନ ଲାଙ୍ଗର। ଆଗାମି ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ପେସ୍‌ ବୋଲରମାନେ ଭାରତକୁ ଅସୁବିଧା‌ରେ ପକାଇବେ ବୋଲି ସେ ମଧ୍ୟ ଆଶାବାଦୀ ଅଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ