ଖେଳ ଦେଶ ବିଦେଶ

ବିରାଟ ଓ ହାର୍ଦ୍ଦିକଙ୍କୁ ଭେଟିଲେ ମୋମିମ୍‌ ସାକିବ୍‌, ‘ଓ ଭାଇ ମାରୋ ମୁଝେ ମାରୋ’ କହି ହୋଇଥିଲେ ଭାଇରାଲ୍‌

ଦୁବାଇ ୨୯।୦୮: ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିଲେ ଭାଇରାଲ୍‌ ବୟ ମୋମିମ୍‌ ସାକିବ୍‌ । ଉଭୟଙ୍କ ସାକ୍ଷାତରେ ପରେ ମୋମିମ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ସେୟାର କରିଛନ୍ତି । ଆଉ ସେଥିରେ ଲେଖିଛନ୍ତି ଯେ, ବିରାଟ ଜଣେ ମହାନ କ୍ରୀଡାବିତ୍‌ ଏବଂ ନମ୍ର ବ୍ୟକ୍ତିତ୍ୱ । ତାଙ୍କୁ ଭଲ ଫର୍ମରେ ଦେଖିବାକୁ ଇଛା । ଆଜିର ମ୍ୟାଚ୍‌ ବେଶେ ରୋମାଞ୍ଚକର ଥିଲା ।

ସେହିପରି ପାଣ୍ଡ୍ୟାଙ୍କ ବିଷୟରେ ଲେଖିଛନ୍ତି ଯେ, ହାର୍ଦ୍ଦିକ ଜଣେ ଯୁବ ପ୍ରତିଭାବାନ ଖେଳାଳି । ଭାରତ-ପାକିସ୍ତାନ ମ୍ୟାଚ୍‌ରେ ସେ ଚମତ୍କାର ବୋଲିଂ ସହ ଆକ୍ରାମକ ବ୍ୟାଟିଂ କରି ଭାରତର ବିଜୟରେ ବଡ଼ ଭୂମିକା ନେଇଛନ୍ତି । ଭାଇ ତୁମର ଛକ୍କା ଭୁଲି ହେବନି… । ୨୦୧୯ ବିଶ୍ୱକପ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଓ ଭାଇ ମାରୋ ମୁଝେ ମାରୋ.. କହି ଭାଇରାଲ ହୋଇଥିଲେ ମୋମିମ୍‌ ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ଏସିଆ କପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୪୭ରନ୍‌ର ସ୍କୋର କରିଥିଲା । ଜବାବ୍‌ରେ ଭାରତ ଅନ୍ତିମ ଓଭରରେ ମ୍ୟାଚ୍‌ ଜିତିଥିଲା । ଏହି ମ୍ୟାଚ୍‌ରେ ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ମ୍ୟାଚ୍‌ରେ ମୋଟ ପାଣ୍ଡ୍ୟା ୩ ଓ୍ବିକେଟ୍‌ ନେବା ସହ ୩୩ ରନ୍ କରିଥିଲେ। ହାର୍ଦ୍ଦିକ ଛକା ମାରି ଭାରତକୁ ୫ ଓ୍ବିକେଟ୍‌ରେ ବିଜୟୀ କରାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ