ଖେଳ ଦେଶ ବିଦେଶ

ବିରାଟଙ୍କୁ ବର୍ଡରଙ୍କ ପ୍ରଶଂସା : ଅଧିନାୟକ ଭାବେ ମୋ ଟିମ୍‌ରେ କୋହଲିଙ୍କୁ ନେଇ ଖେଳିବାକୁ ମୁଁ ପସନ୍ଦ କରିଥାନ୍ତି

ନୂଆଦିଲ୍ଲୀ, ୨୦।୧୧: ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଆଲାନ ବର୍ଡର ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ଭାରତର ଆକ୍ରମଣାତ୍ମକ ବ୍ୟାଟିଂ ପଛରେ ବିରାଟଙ୍କ ହାତ ଥିବା ସେ କହିଛନ୍ତି । ଏହାସହ ଅଧିନାୟକ ଭାବେ ସେ ବିରାଟଙ୍କୁ ଗୋଟିଏ ଟିମରେ ନେଇ ଖେଳିବାକୁ ପସନ୍ଦ କରିବେ ବୋଲି ମଧ୍ୟ କହିଛନ୍ତି ।

ବର୍ଡର ଆହୁରି କହିଛନ୍ତି ଯେ, ବିରାଟଙ୍କ ପୁଅ ହେଲେ ତାକୁ ଅଷ୍ଟ୍ରେଲିଆର ନାଗରିକତ୍ୱ ମିଳିଯିବ । ଏପରି ହେଲେ ସେ ଶିଶୁ ପୁତ୍ରକୁ ଅଷ୍ଟ୍ରେଲିଆର ବୋଲି ଦାବି କରିପାରିବେ । ବର୍ଡର-ଗାଭାସ୍କର ସିରିଜକୁ ନେଇ ସେ କହିଛନ୍ତି ଯେ, କେବଳ ସେ ଜଣେ ମାତ୍ର ବ୍ୟାଟସମ୍ୟାନ୍ ଯିଏକି ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ୧୫୦ରୁ ଅଧିକ ରନ୍ କରିଥିଲେ । ଏହି ସିରିଜରେ ଅଷ୍ଟ୍ରେଲିଆର ବିଜୟ ସମ୍ଭାବନା ଅଧିକ ରହିଛି । ମିଚେଲ୍ ଷ୍ଟାର୍କ, ପାଟ୍ କ୍ୟୁମିନ୍ସଙ୍କ ଭଳି ବୋଲର ଟିମ୍‌ରେ ଅଛନ୍ତି । ସେହିପରି ସ୍ମିଥ୍, ଡେଭିଡ୍ ଓ୍ୱାର୍ଣ୍ଣର ଓ ଲାବୁସେନଙ୍କ ପାଇଁ ଟିମ୍‌ର ବ୍ୟାଟିଂ ଶକ୍ତିଶାଳୀ ରହିଛି । ବିରାଟ କେବଳ ଗୋଟିଏ ଟେଷ୍ଟ ଖେଳି ଭାରତ ଫେରିଆସିବେ । ଏହା ଅଷ୍ଟ୍ରେଲିଆ ପାଇଁ ଲାଭଦାୟକ ହେବ । ଏହି ଟେଷ୍ଟକୁ ଅଷ୍ଟ୍ରେଲିଆ ୨-୧ରେ ଜିତିବାର ସମ୍ଭାବନା ରହିଛି ।

ସେ ଆହୁରି କହିଛନ୍ତି ଯେ, ଅଷ୍ଟ୍ରେଲିଆ ଖେଳାଳି ବିରାଟଙ୍କୁ ଘୃଣା କରିବାକୁ ପସନ୍ଦ କରନ୍ତି ।ସେ ଜଣେ ଖାସ୍ ଖେଳାଳି ।ବିରାଟ ସକରାତ୍ମକ ଚିନ୍ତାଧାରାରେ ବିଶ୍ୱାସ କରନ୍ତି । ତେଣୁ ବିରାଟଙ୍କର ସେ ଜଣେ ବଡ ଫ୍ୟାନ୍ । ବିରାଟ ସମସ୍ତ ଫର୍ମାଟରେ ନିଜ ମିଜାଜରେ ଖେଳିଥାନ୍ତି । ଟି୨୦, ଦିନିକିଆ ଓ ଟେଷ୍ଟରେ ବିରାଟ ଭଲ ପ୍ରଦର୍ଶନ କରିଥାନ୍ତି । ସେ ଅଷ୍ଟ୍ରେଲିଆ ବୋଲରଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିବେ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ