ମୁମ୍ବାଇ,୧୨/୦୪: ଜଣେ ମହାନ ଅଲରାଉଣ୍ଡର । ୧୧ ନମ୍ବର ବ୍ୟାଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ସେ । ନିଜ ପ୍ରଦର୍ଶନ ବଳରେ ସଫଳତା ଛୁଇଁଥିଲେ ସେ । ଏହି ମହାନ ଖେଳାଲି ହେଲେ ଇଂଲଣ୍ଡ ଖେଳାଳି ବିଲଫ୍ରେଡ୍ ରୋଡସ୍ । ସେ ୫୨ ବର୍ଷ ୧୬୫ ଦିନରେ ଟେଷ୍ଟ୍ କ୍ରିକେଟରୁ ବିଦାୟ ନେଇଥିଲେ ।
୧୯୩୦ ମସିହା ଏପ୍ରିଲ ୧୨ ତାରିଖରେ କ୍ୟାରିଅରର ଶେଷ ଟେଷ୍ଟ ଖେଳିଥିଲେ ରୋଡସ୍ । ସେ ଜାମାଇକା ବିରୋଧରେ ଏହି ଟେଷ୍ଟ୍ ଖେଳିଥିଲେ । ଦକ୍ଷିଣହାତୀ ଏହି ବ୍ୟାଟର ୧୮୭୭ରେ ଜନ୍ମ ହୋଇଥିଲେ । ଏହାସହ ୫୮ ଟେଷ୍ଟ୍ ମ୍ୟାଚରେ ଇଂଲଣ୍ଡର ପ୍ରତିନିଧିତ୍ୱ କରିଥିଲେ ।
୧୧୧୦ ପ୍ରଥମ ଶ୍ରେଣୀ କ୍ରିକେଟ୍
ରୋଡସ୍ ନିଜ କ୍ୟାରିଅରରେ ୧୧୧୦ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଛନ୍ତି । ଆଉ କେଉଁ ଖେଳାଳି ଏହି ରେକର୍ଡ ଭାଙ୍ଗି ପାରି ନାହାଁନ୍ତି । କେବଳ ଇଂଲଣ୍ଡର ଫ୍ରାଙ୍କ୍ ବୁଲି ୯୭୮ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
୫୨ ବର୍ଷ ୧୬୫ ଦିନରେ ଟେଷ୍ଟ୍
ରୋଡସ୍ ୧୯୩୦ରେ ୫୨ ବର୍ଷ ୧୬୫ ଦିନରେ ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ପଡିଆକୁ ଓହ୍ଲାଇଥିଲେ । ଏହା ତାଙ୍କର ଶେଷ ଟେଷ୍ଟ୍ ଥିଲା ।
୩୦ ବର୍ଷରୁ ଅଧିକ ଟେଷ୍ଟ୍ କ୍ୟାରିଅର
ରୋଡସ୍ ୩୦ ବର୍ଷରୁ ଅଧିକ ଦିନ ଧରି ଟେଷ୍ଟ୍ କ୍ରିକେଟ୍ ଖେଳିଛନ୍ତି । ସେ ୩୦ ବର୍ଷ ୧୩୫ ଦିନ ଧରି କ୍ରିକେଟ୍ ଖେଳିଥିଲେ । ଆଉ କିଏ ମଧ୍ୟ ଏତେ ଦିନ ଖେଳି ନାହାଁନ୍ତି । ସଚିନ ତେନ୍ଦୁଲକର ୨୪ ବର୍ଷ ଯାଏଁ କ୍ରିକେଟ୍ ଖେଳିଥିଲେ । ଏହାସହ ରୋଡସ୍ ୧୬.୭୨ ଆଭରେଜରେ ୪୨୦୪ ଓ୍ୱିକେଟ୍ ନେଇଥିଲେ । ୪୦୦୦ ଓ୍ୱିକେଟ୍ ଅତିକ୍ରମ କରିଥିବା ସେ ପ୍ରଥମ ବୋଲର ।
ଏହାସହ ଏହି ମହାନ ବ୍ୟାଟର ଟେଷ୍ଟ୍ କ୍ୟାରିଅରରେ ୩୦.୧୯ ଆଭରେଜରେ ୨୩୨୫ ରନ୍ କରିଥିଲେ । ଏହାସହ ୧୨୭ ଓ୍ୱିକେଟ୍ ମଧ୍ୟ ନେଇଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ମଧ୍ୟ ସେ ୩୯୯୬୯ ରନ୍ କରିଛନ୍ତି । ଏଥିରେ ୫୮ଟି ଶତକ ସାମିଲ ଅଛି ।