ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବିରଳ ଡିଏମ୍‌ଡି ରୋଗରେ ଆକ୍ରାନ୍ତଙ୍କ ଚିକିତ୍ସା ମାମଲା: କେନ୍ଦ୍ର ଦେଉଛି ସର୍ବାଧିକ ୫୦ ଲକ୍ଷ ସହାୟତା

କଟକ: ବିରଳ ଡୁଚେନ୍‌ ମସ୍କୁଲାର ଡାଇଷ୍ଟ୍ରୋଫି (ଡିଏମ୍‌ଡି) ରୋଗରେ ଜଣେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ସର୍ବାଧିକ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରୁଛନ୍ତି। ଭୁବନେଶ୍ବର ଏମ୍ସରେ ଡିଏମ୍‌ଡି ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ନାହିଁ। ଦିଲ୍ଲୀ ଏମ୍ସ ସମେତ ୮ଟି ସ୍ଥାନରେ ଏହି ବିରଳ ରୋଗର ଚିକିତ୍ସା କରାଯାଉଛି। ଡିଏମ୍‌ଡି ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ସଂପର୍କିତ ଜନସ୍ବାର୍ଥ ମାମଲାରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ ଏପରି ତଥ୍ୟ ପ୍ରଦାନ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସମ୍ପର୍କିତ ମାମଲାର ଶୁଣାଣି ହୋଇଛି।

ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସେପ୍ଟେମ୍ବର ୧୫ର ନିର୍ଦ୍ଦେଶ ଅନୁସାରେ ଡିଏମ୍‌ଡି ଆକ୍ରାନ୍ତ ଶିଶୁମାନେ ଭୁବନେଶ୍ବର ଏମ୍ସକୁ ଯାଇଥିଲେ। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ, ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଏ ପର୍ଯ୍ୟନ୍ତ କରାଯାଇ ନାହିଁ। ଅନ୍ୟପକ୍ଷରେ, କେନ୍ଦ୍ର ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଭୁବନେଶ୍ବର ଏମ୍ସରେ ଡିଏମ୍‌ଡି ରୋଗୀଙ୍କ ଚିକିତ୍ସା ସୁବିଧା ନାହିଁ। ଡିଏମ୍‌ଡି ରୋଗୀଙ୍କୁ ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସେଣ୍ଟର୍‌ ଅଫ୍ ଏକ୍ସିଲେନ୍ସ(ସିଓଏ)କୁ ଯିବାକୁ ପଡ଼ିବ। ବିରଳ ଡିଏମ୍‌ଡି ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ସର୍ବାଧିକ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରୁଛନ୍ତି। ସିଓଇ ଅନୁରୋଧକ୍ରମେ ଏହି ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ବର ଏମ୍ସକୁ ଯାଇଥିବା ସମସ୍ତ ୧୬ଜଣ ଡିଏମ୍‌ଡି ଆକ୍ରାନ୍ତ ଶିଶୁଙ୍କୁ ସିଓଇ ମାନ୍ୟତା ପାଇଥିବା ଏମ୍ସକୁ ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀ ଅଂଶୁମାର ରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଡି.ପି. ଧଳ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିଏସ୍‌ଜିଆଇ ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ