ଅପରାଧ ଦେଶ ବିଦେଶ

ବିରଳ ଘଟଣା: ଟ୍ରେନ ଇଞ୍ଜିନ ତଳେ ବସି ୧୯୧ କିଲୋମିଟର ଯାତ୍ରା କଲେ ବ୍ୟକ୍ତି

ବାରାଣସୀ ୦୯/୦୬: ଏଠାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ରାଜଗିର-ବାରାଣସୀ ବୁଧପୂର୍ଣ୍ଣିମା ସାରନାଥ ଏକ୍ସପ୍ରେସ୍‌ ଟ୍ରେନ୍‌ର ଇଞ୍ଜିନ୍‌ ତଳେ ବସି ରାଜଗିରରୁ ଗୟା ୧୯୧ କିମି ଯାତ୍ରା କରିଛନ୍ତି । ପାଟନା ଦେଇ ଟ୍ରେନ୍‌ଟି ଯାତ୍ରା କରିଥିଲା । ସକାଳ ୪.୧୦ରେ ଟ୍ରେନ୍‌ ଗୟାରେ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଲା ।

ପୂର୍ବ କେନ୍ଦ୍ରୀୟ ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ବିରେନ୍ଦ୍ର କୁମାର କହିଛନ୍ତି, ଲୋକୋ ପାଇଲଟ୍‌ ଏସ୍‌ ଚୌଧରୀ ଗୟା ଜଙ୍କସନ୍‌ଠାରେ ଲୋକୋମୋଟିଭ୍‌ର କ୍ୟାବିନ୍‌ରୁ ତଳକୁ ଓହ୍ଲାଇବା ସମୟରେ ଜଣେ ବ୍ୟକ୍ତି ପାଣି ମାଗୁଥିବା ଶୁଣିବାକୁ ପାଇଲେ । ଏହା ପରେ ଲୋକୋ ପାଇଲଟ୍‌ ଏସ୍‌ ଚୌଧରୀ ବ୍ୟକ୍ତିଙ୍କୁ ଦେଖି ଚକିତ ହେଲେ ।

ସେ ଚକର ଠିକ୍‌ ଉପରେ ଟ୍ରେନ୍‌ ଇଞ୍ଜିନ ତଳେ ବସିଥିଲେ । ରେଳବାଇ ସୁରକ୍ଷା ବଳର କର୍ମଚାରୀଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣକ ମାନସିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି ତାଙ୍କ ହାବଭାବରୁ ଜଣାପଡୁଥିଲା ବୋଲି ବିରେନ୍ଦ୍ର କୁମାର କହିଛନ୍ତି ।

ଗୟା ରେଳବାଇ ସୁରକ୍ଷା ବଳର ସୂଚନା ଅନୁସାରେ, ଏହା ଏକ ବିରଳ ଘଟଣା । ଟ୍ରେନ୍‌ର କୋଚ୍‌ ଭିତରେ ପର୍ଯ୍ୟାପ୍ତ ସ୍ଥାନ ଥିବାବେଳେ ବ୍ୟକ୍ତି ଜଣକ ଇଞ୍ଜିନ୍‌ ତଳେ ଏତେ ଛୋଟ ସ୍ଥାନରେ କିପରି ବସିଲେ, ତା’ର ଯାଞ୍ଚ୍‌ ହେଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ