ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିମୁଦ୍ରିକରଣ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ବ୍ୟୁରୋ : ୨୦୧୬ ମସିହାରେ ହୋଇଥିବା ବିମୁଦ୍ରିକରଣକୁ ଭୁଲ ନିଷ୍ପତ୍ତି ବୋଲି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ସରିବା ପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । ଏହା ସହ କୋର୍ଟ ସମସ୍ତ ପକ୍ଷଙ୍କୁ ୨ ଦିନ ମଧ୍ୟରେ ଲିଖିତ ଦଲିଲ୍ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ ୫୮ ଟି ଆବେଦନ ଦାଖଲ କରାଯାଇଥିଲା ।

ଜଷ୍ଟିସ ଏସ୍ ଅବ୍ଦୁଲ ନଜୀରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତି ନଭେମ୍ବର ୨୪ ତାରିଖରୁ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ । ଜଷ୍ଟିସ ଏସ୍ ଅବ୍ଦୁଲ ନଜୀରଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ସାମିଲ ଥିବା ଅନ୍ୟ ୪ ଜଣ ବିଚାରପତି ହେଉଛନ୍ତି ଜଷ୍ଟିସ ବିଆର.ଗବଇ, ଜଷ୍ଟିସ ଏଏସ ବୋପନ୍ନା, ଜଷ୍ଟିସ ବି,ରାମାସୁବ୍ରମଣ୍ୟମ୍ ଓ ଜଷ୍ଟିସ ବିବି ନାଗରତ୍ନା । ଅଭିଯୋଗକାରୀଙ୍କ ପକ୍ଷରୁ ଓକିଲ ପି,ଚିଦାମ୍ବରମ ଓ ଶ୍ୟାମ ଦିବାନ ଜବାବ ସୁଆଲ କରିଥିଲେ । ସେପଟେ କେନ୍ଦ୍ର ସରକାରଙ୍କ ତରଫରୁ ଆଟୋନୀ ଜେନରାଲା ଆର ଭେଙ୍କଟରମନୀ ଦଲିଲ୍ ଜମା କରିଥିଲେ ଓ ବରିଷ୍ଠ ଓକିଲ ଜୟଦୀପ ଗୁପ୍ତା ରିଜର୍ଭବ୍ୟାଙ୍କ ତରଫରୁ ଯୁକ୍ତି ରଖିଥିଲେ ।

ସୂଚନା ଥାଉକି ୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଫେରାଇ ନେବାକୁ ଘୋଷଣା କରିଥିଲେ । ଏନେଇ ଡିସେମ୍ବର ୧୬ ତାରିଖରେ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା । ହେଲେ କୋର୍ଟ ସେତେବେଳେ ନୋଟବନ୍ଦୀ ଉପରେ ପାବନ୍ଧୀ ଲଗାଇବା ସମେତ ଅନ୍ତରୀଣ ଆଦେଶ ଦେବାକୁ ମନା କରିଦେଇଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ