ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ଡିଜି ଯାତ୍ରା ସର୍ଭିସ୍ ନେଇ ସରକାର ବିସ୍ତାର ଭାବେ ଯୋଜନା ପ୍ରସ୍ତୁତି ଜାରି ରଖିଛନ୍ତି। ଚଳିତ ବର୍ଷ ଦେଶର ୧୪ ନୂଆ ବିମାନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ। ଏହା ଦ୍ବାରା ବିମାନ ଯାତ୍ରୀ ବେଶ ଉପକୃତ ହୋଇପାରିବେ। ବିମାନ ଯାତ୍ରା ଅଧିକ ସହଜ ହୋଇ ପାରିବ। ଏହାଦ୍ବାରା ଯାତ୍ରୀଙ୍କୁ ଚେକ୍-ଇନରେ କମ୍ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିବ। ସମ୍ପ୍ରତି ଏହି ସେବା ଦେଶର ଦିଲ୍ଲୀ ,ମୁମ୍ବାଇ ସମେତ ୧୩ଟି ବିମାନ ବନ୍ଦରରେ ଊପଲବ୍ଧ ହେଉଛି।
କେନ୍ଦ୍ରୀୟ ବେସମାରିକ ବିମାନ ମନ୍ତ୍ରଣାଳୟ ଅନୁସାରେ ଚଳିତ ବର୍ଷ ଡିଜି ଯାତ୍ରା ସର୍ଭିସ୍ ଚେନ୍ନାଇ, ଭୁବନେଶ୍ବର, କୋଏମ୍ବାଟୁର, ମୋପା ଗୋଆ, ପଟନା, ଡାବୋଲିଙ୍ଗ ଗୋଆ, ଇନ୍ଦୋର,ବାଗଡୋଗାରା, ଚଣ୍ଡିଗଡ଼, ରାଞ୍ଚି, ନାଗପୁର, ରାୟପୁର, ଶ୍ରୀନଗର ଏବଂ ବିଶାଖାପଟ୍ଟନମ ଆଦି ବିମାନ ବନ୍ଦରରେ ଉପଲବ୍ଧ ହେବ। ମାର୍ଚ୍ଚ ଶେଷ ସୁଦ୍ଧା ସର୍ବ ପ୍ରଥମେ ଚେନ୍ନାଇ ବନ୍ଦରରେ ଏହା ଉପଲବ୍ଧ ହେବ।
ଏହି ଆପ ଇତିମଧ୍ୟରେ ୪୫.୮୦ ଲକ୍ଷ ମୋବାଇଲ ଫୋନରେ ଡାଉନଲୋଡ କରାଯାଇ ସାରିଛି। ଏହା ଦ୍ବାରା ବର୍ତ୍ତମାନ ସୁଦ୍ଧା ୧,୪୫ କୋଟି ଯାତ୍ରୀ ଉପକୃତ ହୋଇ ପାରିଛନ୍ତି।
ଏହି ସେବା ଦ୍ବାରା ଯାତ୍ରୀଙ୍କୁ ଟ୍ରର୍ମିନାଲ ଲାଇନରେ ଛିଡ଼ା ହେବାକୁ ପଡ଼ି ନ ଥାଏ। ଥରେ ଏହି ସେବା ନେବା ଦ୍ବାରା ଯାତ୍ରୀଙ୍କ ଚେହେରା ବୋର୍ଡିଂପାସ ଭଳି କାମ କରିଥାଏ। ଟର୍ମିନାଲରେ ପ୍ରବେଶ ସମୟରେ ଯାତ୍ରୀଙ୍କ ଫେସ ରିଡିଙ୍ଗ କରି ଏଣ୍ଟ୍ରି ଗେଟ ଖୋଲି ଯାଇଥାଏ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସେବା ଦେଶର ୨୭ ବିମାନ ବନ୍ଦରରେ ଉପଲବ୍ଧ ହେବ।