ରାଜ୍ୟ ସ୍ପେଶାଲ ରିପୋର୍ଟ

ବିମାନରେ ରାଉରକେଲା ଯାଇ ହକି ଦେଖିବେ ୧୭ ଭିନ୍ନକ୍ଷମ ଶିଶୁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ଭୁବନେଶ୍ବର : ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବିଶ୍ବକପ୍ ହକିର ମଜା ଦେବାକୁ ଯୋଜନା ପ୍ରସ୍ତୁତ କରିଛି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆସନ୍ତାକାଲି ଏକାଧିକ ମ୍ୟାଚ୍ ଖେଳାଯିବ। ତହିଁରୁ ଗୋଟିଏ ମ୍ୟାଚ୍ ଦେଖିବା ଲାଗି ରାଜଧାନୀର ୧୭ଜଣ ଭିନ୍ନକ୍ଷମ ଶିଶୁ ବିମାନରେ ରାଉରକେଲା ଯିବେ। ଆସନ୍ତାକାଲି ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିବେ ବୋଲି ସୂଚନା ମିଳିଛି।

ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବରରେ ଆୟୋଜିତ ହେଉଥିବା ମ୍ୟାଚ୍‌କୁ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଦେଖିବାର ସୁଯୋଗ ପାଉଛନ୍ତି। ତେବେ ରାଉରକେଲା ପାଇଁ ଆସନ୍ତାକାଲି ଓ ୨୮ ତାରିଖରେ ଦୁଇଟି ଟ୍ରିପ୍ ଆୟୋଜିତ ହେବ। ପ୍ରଥମ ପର୍ଯ୍ୟାୟରେ ୧୭ଜଣ ଯିବେ। ତାଙ୍କ ସହିତ ସେମାନଙ୍କ ଶିକ୍ଷକ/ପିତାମାତା/ଅଭିଭାବକ ମଧ୍ୟ ଯିବେ। ତେବେ ୨୮ତାରିଖରେ କେତେ ଜଣ ଛାତ୍ରଛାତ୍ରୀ ଯିବେ ଓ ଭୁବନେଶ୍ବର ବାଦ୍ ଅନ୍ୟ ସ୍ଥାନରୁ ଭିନ୍ନକ୍ଷମ ଶିଶୁଙ୍କୁ ଏହି ଟ୍ରିପ୍‌ରେ ନିଆଯିବ କି ନାହିଁ ତାହା ଜଣାପଡ଼ିନାହିଁ। ବିଭାଗୀୟ ସ୍ବତନ୍ତ୍ର ସଚିବ ଦିଲ୍ଲୀପ ରାୟ କହିଛନ୍ତି ଯେ ଆଜି ଭୁବନେଶ୍ବରରେ ଖେଳା ଯାଇଥିବା ମ୍ୟାଚ୍‌ରେ ୧୪୬ଜଣ ଭିନ୍ନକ୍ଷମ ଶିଶୁ ହକି ଖେଳ ଦେଖିବାର ସୁଯୋଗ ପାଇଛନ୍ତି। ପୂର୍ବରୁ ମଧ୍ୟ ଏଠାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଉପଲବ୍ଧ ଟିକେଟ୍ ଅନୁସାରେ ଶିଶୁଙ୍କୁ ଖେଳ ଦେଖିବାକୁ ନିଆଯାଉଥିବା ସେ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।