ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିମାନରେ ମହିଳା ଯାତ୍ରୀଙ୍କ ଉପରେ ମଦ୍ୟପଙ୍କ ପରିସ୍ରା: ୩୦ ଦିନ ଯାତ୍ରା କଟକଣା ଲଗାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ବିଜ୍‌ନେସ୍ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଉପରେ ଜଣେ ମଦ୍ୟପ ସହଯାତ୍ରୀ ପରିସ୍ରା କଲେ। ମହିଳା ଜଣକ ଏ ବିଷୟରେ ଜଣାଇବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଯାତ୍ରୀଙ୍କ ଉପରେ ୩୦ ଦିନ ଯାତ୍ରା କଟକଣା ଲଗାଇଛନ୍ତି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ସାଧାରଣ ଯାତ୍ରୀ ଓ ବିଶେଷତଃ ମହିଳା ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିମାନ ସଂସ୍ଥା ଆଦୌ ସଚେତନ ନାହାନ୍ତି ବୋଲି ମହିଳା ଜଣକ ନିଜର ତିକ୍ତ ଅନୁଭୂତି ବର୍ଣ୍ଣନା କରି କହିଛନ୍ତି।

ଘଟଣାଟି ଘଟିଥିଲା ନଭେମ୍ବର ୨୬ ତାରିଖରେ। ନ୍ୟୁୟର୍କରୁ ଦିଲ୍ଲୀଗାମୀ ଏୟାର ଇଣ୍ଡିଆ ବିମାନରେ ଭିତରେ ମଦ୍ୟପ ଜଣକ ସମସ୍ତଙ୍କ ଆଗରେ ପ୍ୟାଣ୍ଟ ଖୋଲି ସହଯାତ୍ରୀ ମହିଳାଙ୍କ ଉପରେ ପରିସ୍ରା କଲେ। କିନ୍ତୁ ନା ବିମାନ କର୍ମଚାରୀ ନା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କେହି ବି କିଛି ପଦକ୍ଷେପ ନେଲେ ନାହିଁ। ଏହାପରେ ମହିଳା ଜଣକ ବାଧ୍ୟ ହୋଇ ଏୟାର ଇଣ୍ଡିଆର ମାଲିକ ଟାଟା ଗ୍ରୁପ୍ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍‌ଙ୍କ ପାଖକୁ ଚିଠି ଲେଖି ନିଜର ତିକ୍ତ ଅଭିଜ୍ଞତା ବିଷୟରେ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ହେଲା।

ମହିଳା ଜଣକ ଲେଖିଛନ୍ତି ଯେ, ଜଣେ ଯାତ୍ରୀଙ୍କୁ କେତେ ମଦ ପରଷା ଯାଇପାରେ ତାହା ବିମାନ କର୍ମଚାରୀ ଜାଣିନାହାନ୍ତି। ତାହାରି ଫଳସ୍ବରୂପ ମାତାଲ ଜଣକ ତାଙ୍କ ଉପରେ ପରିସ୍ରା କଲେ। ତାଙ୍କର ଲୁଗାପଟା, ଜୋତା, ବ୍ୟାଗ୍ ଓ ସିଟ୍ ସବୁକିଛି ଓଦା ଓ ଦୁର୍ଗନ୍ଧମୟ ହୋଇଗଲା। ବ୍ୟାଗ୍ ଭିତରେ ତାଙ୍କର ପାସ୍‌ପୋର୍ଟ, କାର୍ଡ, ଟଙ୍କା ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିଲା। ବିମାନ ପରିଚାରିକାଙ୍କୁ ସାହାଯ୍ୟ କରିବା ପାଇଁ ସେ ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ସାହାଯ୍ୟ ମିଳି ନ ଥିଲା। ତେବେ ସେ ବାଥ୍‌ରୁମ୍‌ ଯାଇ ଗାଧୋଇସାରିବା ପରେ ତାଙ୍କୁ ପିନ୍ଧିବାକୁ ଗୋଟିଏ ପାଇଜାମା ଓ ସ୍ଲିପର ଦିଆଯାଇଥିଲା। କିନ୍ତୁ ସେ ଅନ୍ୟ ଏକ ସିଟ୍ ଦେବାକୁ କହିଥିଲେ ମଧ୍ୟ ତାଙ୍କୁ ସେଇ ଅସନା ସିଟ୍‌ରେ ବସିବାକୁ କୁହାଯାଇଥିଲା। ତେବେ ଇତିମଧ୍ୟରେ ବିମାନ ଭିତରେ ଅସଭ୍ୟ ଆଚରଣ ପ୍ରଦର୍ଶନ କରିଥିବା ବ୍ୟକ୍ତି ଜଣଙ୍କୁ ‘ନୋ ଫ୍ଲାଇଟ୍ ଜୋନ୍’ ତାଲିକାରେ ରଖିବା ପାଇଁ ଏକ କମିଟି ଗଠନ କରାଯାଇଛି। ଡିଜିସିଏ ପକ୍ଷରୁ ଏୟାରଲାଇନକୁ ଏ ସମ୍ପର୍କରେ ଏକ ରିପୋର୍ଟ ମଗାଯାଇଛି ଏବଂ ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ