ରାଜ୍ୟ

ବିମାନବନ୍ଦର ପାଖରେ ଜମା ହେଉଛି ବର୍ଜ୍ୟବସ୍ତୁ, ହାଇକୋର୍ଟରେ ଫଟୋ ଓ ଭିଡିଓ ଦାଖଲ

କଟକ: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ପରିସର ସଂଲଗ୍ନ ସ୍ଥାନରେ ନିୟମ ଉଲ୍ଲଂଘନ କରି ବର୍ଜ୍ୟବସ୍ତୁ ଜମା କରାଯାଉଥିବା ଅଭିଯୋଗକୁ ନେଇ ଦାୟର ମାମଲାରେ ଫଟୋଗ୍ରାଫ, ଭିଡିଓଗ୍ରାଫ ଓ ସାଟେଲାଇଟ ଇମେଜ ହାଇକୋର୍ଟରେ ଦାଖଲ କରାଯାଇଛି। ଏବେ ମଧ୍ୟ ବିମାନ ବନ୍ଦର ପାଚେରି ନିକଟ ସ୍ଥାନରେ ଅଳିଆ ଅବର୍ଜନା ପକାଯାଉଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଛି। ଏଥି ସହିତ ମାମଲାରେ ପକ୍ଷଭୁକ୍ତ ପାଇଁ ଦାଖଲ ଏକ ଆବେଦନରେ ମଧ୍ୟ ସମାନ ପ୍ରସଂଗ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ଆବେଦନକାରୀ ପୋଖରୀପୁଟ ଅନନ୍ତବିହାରର ଯେଉଁ ପ୍ଲଟ ଉପରେ ବର୍ଜ୍ୟବସ୍ତୁ ଜମା କରାଯାଉଛି ବୋଲି ଅଭିଯୋଗ କରିଥିଲେ ସେହି ପ୍ଲଟକୁ ଏପରି କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରାଯାଉ ନାହିଁ ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମସି) ତରଫରୁ ହାଇକୋର୍ଟରେ ଦର୍ଶାଯାଇଥିଲା।

ଅନ୍ୟପକ୍ଷରେ ଫଟୋଗ୍ରାଫ ଓ ଭିଡିଓଗ୍ରାଫରୁ ବର୍ଜ୍ୟବସ୍ତୁ ଜମା କରାଯାଇଥିବା ସ୍ଥାନର ନିର୍ଦ୍ଦିଷ୍ଟ ଠିକଣା ସ୍ପଷ୍ଟ ହୋଇ ନଥିଲା। ଏଭଳି ସ୍ଥିତିରେ ଫଟୋଗ୍ରାଫ ଓ ଭିଡିଓଗ୍ରାଫର କପି ଦୁଇ ଦିନ ଭିତରେ ବିଏମ୍‌ସି ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଏମ୍‌ସି ଓ ବିଡିଏକୁ ବିମାନବନ୍ଦର ସଂଲଗ୍ନ ସ୍ଥାନରେ ବର୍ଜ୍ୟବସ୍ତୁ ପକାଯିବା ଅଭିଯୋଗ ଉପରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସେକ୍ ମାମୁନ ରସିଦ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବିଜୁପଟ୍ଟନାୟକ ବିମାନ ବନ୍ଦର ନିକଟ ରାସ୍ତା ପାଖରେ ଅଳିଆ ଅବର୍ଜନା ଜମା କରି ରଖାଯାଉଛି। ଫଳରେ ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାରେ ବିଏମସି, ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।