ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲା: ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କଲେ ବାବା ରାମଦେବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କଲେ ବାବା ରାମଦେବ। ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ମାମଲାର ଶୁଣାଣି ସମୟରେ ଦୁହେଁ ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଥିବା ଜଣାପଡ଼ିଛି।

ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଥିଲେ ଯେ ଏହି ମାମଲାରେ ଉଭୟଙ୍କ ଆଫିଡେଭିଟ୍ କାଇଁ? ରାମଦେବଙ୍କ ଓକିଲ ଉତ୍ତର ରଖିଥିଲେ ଯେ ଉଭୟ କ୍ଷମା ମାଗିଛନ୍ତି ଏବଂ ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଏହା ପରେ କୋର୍ଟ ପ୍ରଶ୍ନ କରିିଥିଲେ ଯେ, କୋର୍ଟର ପ୍ରକ୍ରିୟାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଆମେ ଦୁହିଁଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିପାରିବୁ ନାହିଁ। ନଭେମ୍ବର ୨୧ରେ କୋର୍ଟର ନିର୍ଦ୍ଦେଶ ସତ୍ତ୍ବେ ବି ୨୪ଘଣ୍ଟା ମଧ୍ୟରେ ରାମଦେବ, ବାଲକ୍ରିଷ୍ଣା ଏବଂ ପତଞ୍ଜଳି  ସାମ୍ବାଦିକ ସମ୍ମିଳନୀ କରିଥିଲେ।  ଏପଟେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ​​ଏବଂ ସେପଟେ ପତଞ୍ଜଳି ବିଜ୍ଞାପନ ଛାପି ଚାଲିଥିଲା। ଏଭଳି ଭୁଲ ପାଇଁ କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ। ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ।

ଖଣ୍ଡପୀଠ ଏଭଳି କହିବା ପରେ ନିଜର ସବୁ ଭୁଲ ସ୍ବୀକାର କରି କ୍ଷମା ମାଗିଥିଲେ ବାବା ରାମଦେବ। ଏହା ସହ ଭବିଷ୍ୟତରେ ଏଭଳି ଭୁଲ ହେବ ନାହିଁ ବୋଲି ମଧ୍ୟ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ