ଅପରାଧ ରାଜ୍ୟ

ବିଭତ୍ସ ହତ୍ୟା : ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି, ୨ଜଣଙ୍କୁ ଅଟକ ରଖିଛି ପୋଲିସ

ଉଦଳା ୧୨।୧୧ : ଅତି ବିଭତ୍ସ ହତ୍ୟା । ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି । ମୃତକଙ୍କ ନାମ ଗୁରୁବାରୀ ସିହଂ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ସାରଜମଡିହି ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ।

ଖବର ଅନୁଯାୟୀ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର ଫୁଟବଲ ଖେଳ ଦେଖିବା ନିମନ୍ତେ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ଠୁଙ୍ଗୁରୁ ସିଂହ  । ଗୁରୁବାରୀ ଏବଂ ଅନ୍ୟମାନେ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରୁଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । କେହି ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏପିରିକି ମୁଣ୍ଡରୁ ଗଣ୍ଡିକୁ ଅଲଗା କରାଯାଇଛି । ପରେ ପରିବାର ଲୋକେ ଏନେଇ ଖୁଣ୍ଟା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୂର୍ବରୁ ଠୁଙ୍ଗୁରୁର ପୁତୁରା ସହ ଗୁଣି ଗାରେଡି ସନ୍ଦେହକୁ ନେଇ ବିବାଦ ହୋଇଥିଲା । ତେଣୁ ଗୁଣି ଗାରେଡି ସନ୍ଦେହରୁ ପୁତୁରା ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି । ସେପଟେ ପୋଲିସ ଏହି ହତ୍ୟା ଘଟଣାରେ ପୁତୁରା ଏବଂ ଅନ୍ୟ ଜଣେ ସଂପର୍କୀୟକୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।