ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବିବାହ ସମାରୋହ ଓ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମାସ୍କ ଯୋଗାଇବେ ଆୟୋଜକ

ଭୁବନେଶ୍ବର: ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ଼ଲାଇନ୍‌ ଜାରି କରିଛନ୍ତି। ପୂର୍ବଭଳି ବାହାଘର ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦୦ ଜଣ ସାମିଲ ହୋଇପାରିବେ। ବାହାଘର ଓ ଶୁଦ୍ଧିକ୍ରିୟାରେ କରୋନା ଗାଇଡ଼ଲାଇନ୍‌ ପାଳନ ହେଉଛି କି ନାହିଁ ତାହା ଆୟୋଜକ ଯାଞ୍ଚ କରିବେ। ଯେଉଁମାନେ ମାସ୍କ ପିନ୍ଧି ନ ଥିବେ, ଆୟୋଜକ ସେମାନଙ୍କୁ ମାସ୍କ ଯୋଗେଇ ଦେବେ। ସେହିପରି ସବୁ ପ୍ରବେଶ ପଥରେ ରହି ଅତିଥିମାନେ ମାସ୍କ ପରିଧାନ କରିଛନ୍ତି କି ନାହିଁ ତାହା ଆୟୋଜକ ଯାଞ୍ଚ କରିବେ।

ସେହିପରି ଅବରୋଧ ଅଞ୍ଚଳ ବାହାରେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ। କିନ୍ତୁ ଏସବୁ ସମାବେଶରେ ଗୋଟିଏ ସ୍ଥାନରେ ୫୦୦ରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ। ସମାରୋହରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବ। ସେହିପରି ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ।

ରାଜ୍ୟ ସରକାରଙ୍କ ମାର୍ଚ୍ଚ ମାସର ଗାଇଡଲାଇନ ଅନୁସାରେ କୌଣସି ସ୍ଥାନରେ ସଂକ୍ରମଣ ବଢ଼ିଲେ ଅବରୋଧ ଅଞ୍ଚଳ ଭାବେ ଘୋଷଣା ହୋଇପାରିବ। ତେଣୁ ଉପରୋକ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଉଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ