ଦେଶ ବିଦେଶ ମନୋରଞ୍ଜନ

ବିବାହ ବାର୍ଷିକୀରେ ବିଗ୍‌ ବି ସେୟାର କଲେ ପୁରୁଣା ଦିନର ଫଟୋ, ୟୁଜର୍ସ କହିଲେ-ଜୟାଜୀ ପୂର୍ବରୁ କଣ ଏମିତି ସରଳ

ମୁମ୍ବାଇ ୦୩।୦୬ : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଆଜି ବିବାହ ବାର୍ଷିକୀ । ଏହି ଅବସରରେ ତାଙ୍କ ଫ୍ୟାନ୍ସ ଫଲୋର୍ସ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ବିବାହର ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦୁହିଁଙ୍କର ଏକାଠି ଫଟୋ ଦେଖିବାକୁ ମିଳିଛି। ସେହି ଫଟୋ ଏବେକାର ନୁହେଁ ବରଂ ତାଙ୍କ ବିବାହ ସମୟର । ତାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ଅମିତାଭ ବଚ୍ଚନ ୩ ଜୁନ୍ ୧୯୭୩ରେ ବିବାହ କରିଥିଲେ। ଆଜି ତାଙ୍କ ବିବାହକୁ ୪୯ ବର୍ଷ ବିତିଯାଇଛି । ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ପୂର୍ବ ଭଳି ଭଲପାଇବା ସ୍ନେହ , ପ୍ରେମ୍‌ ଦେଖିବାକୁ ମିଳିଛି। ଯେଉଁମାନେ ସୋସିଆଲ ମିଡିଆ ଜରିଆରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ସେମାନଙ୍କୁ ଟ୍ୱିଟ୍ କରି କହିଛନ୍ତି, ଜୟା ଏବଂ ମୋ ବିବାହ ବାର୍ଷିକୀରେ ଯେଉଁମାନେ ପ୍ରେମ ,ସମ୍ମାନ ପ୍ରଦାନ କରିଛନ୍ତି ସେମାନଙ୍କୁ ହାତ ଯୋଡିକି ପ୍ରଣାମ ଏବଂ ଧନ୍ୟବାଦ । ସମସ୍ତଙ୍କୁ ଉତ୍ତର ଦେଇପାରିବ ନାହିଁ ।

ଅମିତାଭ ବଚ୍ଚନଙ୍କ ପୋଷ୍ଟରେ କିଛି ଲୋକ ଅଭିନନ୍ଦନ ଜଣାଇଥିବା ବେଳେ ଅନ୍ୟ କେତେଜଣ ମଜାଦାର ପୋଷ୍ଟ ମଧ୍ୟ କରୁଛନ୍ତି। ୧୯୭୦ରେ ଅମିତାଭ ଏବଂ ଜୟା ପ୍ରଥମେ ପୁଣେ ଚଳଚ୍ଚିତ୍ର ଇନଷ୍ଟିଚ୍ୟୁଟ୍‌ରେ ସାକ୍ଷାତ ହୋଇଥିଲେ। ପରେ ଧିରେ ଧିରେ ଦୁହେଁ ନିକଟତର ହୋଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ