ରାଜ୍ୟ

ବିବାହ ବନ୍ଧନରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ

ସମ୍ବଲପୁର: ଓଡ଼ିଶାର ଦୁଇ ଯୁବ ଆଇଏଏସ୍‌ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମେ ୧ ତାରିଖ ସୋମବାର ସଂଧ୍ୟାରେ ଗୌହାଟିର ଏକ ତାରକା ହୋଟେଲ୍‌ରେ ଉଭୟଙ୍କ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିଲା। ବଙ୍ଗୀୟ ରୀତିନୀତିରେ ଅନୁଷ୍ଠିତ ଏହି ଚର୍ଚ୍ଚିତ ବିବାହ ଉତ୍ସବରେ ଉଭୟ ପକ୍ଷରୁ ଶତାଧିକ ଅତିଥି ଯୋଗ ଦେଇଥିଲେ।

ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ବଲାଙ୍ଗୀର ଏସ୍‌ପି ନିତିନ୍ କୁଶଲକର, ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥିଲେ। ବିବାହ ପୂର୍ବରୁ ଚଞ୍ଚଳ ପାରମ୍ପରିକ ଢଙ୍ଗରେ ବରଯାତ୍ରୀ ନେଇ ମଣ୍ଡପରେ ପହଞ୍ଚିଥିଲେ। ବରଯାତ୍ରୀଙ୍କ ସହ ନିଜେ ବରବେଶରେ ଚଞ୍ଚଳ ବି ବେଶ ନାଚିଥିଲେ। ମଣ୍ଡପରେ ପହଞ୍ଚିବା ପରେ ଅନନ୍ୟାଙ୍କ ପରିବାର ତରଫରୁ ତାଙ୍କର ଭବ୍ୟ ସ୍ବାଗତ କରାଯାଇଥିଲା। ପୂର୍ବ ସଂଧ୍ୟାରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ସଂପର୍କୀୟଙ୍କ ସହ ଉଭୟ ବରକନ୍ୟା ବି ଆକର୍ଷଣୀୟ ନୃତ୍ୟ କରିଥିଲେ। ଉକ୍ତ ନୃତ୍ୟର ଭିଡିଓ ସାରା ଦେଶରେ ଭାଇରାଲ୍ ହୋଇଛି। ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଚଞ୍ଚଳ ଏବଂ ୨୦୧୫ ବ୍ୟାଚ୍ ଆଇଏଏସ୍‌ ଅନନ୍ୟାଙ୍କ ନିର୍ବନ୍ଧ ଗତ ଫେବ୍ରୁଆରି ୧୯ ତାରିଖରେ ସମ୍ବଲପୁରସ୍ଥିତ ଅନନ୍ୟାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।