ଦେଶ ବିଦେଶ ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ଫରହାନ୍‌-ଶିବାନୀ, ଫଟୋ ଭାଇରାଲ୍‌

ମୁମ୍ବାଇ ୨୦।୦୨: ବିବାହ କଲେ ବଲିଉଡ୍‌ ଅଭିନେତା ଫରହାନ୍‌ ଅଖ୍‌ତର। ଶନିବାର ଅର୍ଥାତ୍‌ ଗତକାଲି ସେ ପ୍ରେମିକା ଶିବାନୀ ଦାଣ୍ଡେକରଙ୍କ ହାତ ଧରିଛନ୍ତି। ଉଭୟ ଦୀର୍ଘ ଚାରି ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ବିବାହକୁ ନିଆରା କରିବା ପାଇଁ ଭିନ୍ନ ଢଙ୍ଗରେ କରିଛନ୍ତି । ନାଁ ସାତ ଫେରା ନେଲେ ନାଁ ହିଁ ନିକା କଲେ । ଦୁହେଁ Vowରେ କରିଛନ୍ତି ବିବାହ । ତାହା ହେଉଛି ଏକ ଶପଥ ବା ପ୍ରମିସ୍‌ । ସେମାନଙ୍କ ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବ୍ୟକ୍ତିଗତ ଜୀବନ ଦେଖିଲେ ଫର୍‌ହାନ ଅଧୁନା ଭବାନୀଙ୍କୁ ପ୍ରଥମେ ବିବାହ କରିଥିଲେ। ୨୦୧୬ରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୭ରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା। ଏହି ବିବାହରୁ ସେମାନଙ୍କର ଦୁଇ ଝିଅ ରହିଛି। ପେସାରେ ଅଧୁନା ଜଣେ ସେଲିବ୍ରିଟି ହେୟାରଷ୍ଟାଇଲିଷ୍ଟ। ଲଣ୍ଡନରେ ତାଙ୍କ ଜନ୍ମ। ଫର୍‌ହାନଙ୍କ ଠାରୁ ଅଧୁନା ଥିଲେ ୬ ବର୍ଷ ବଡ଼ । ପରେ ଅନେକ ନାୟିକାଙ୍କ ସହ ଫରହାନଙ୍କ ନାଁ ଯୋଡ଼ା ଯାଇଥିଲା। ଅଦିତି ରାଓ ହୈଦରୀ ଏବଂ ଶ୍ରଦ୍ଧା କପୁର ପ୍ରମୁଖ ରହିଥିଲେ। ହେଲେ ଶେଷରେ ଶିବାନୀ ହିଁ ତାଙ୍କ ଜୀବନସାଥୀ ହୋଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ