ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ରାହୁଲ-ଦିଶା : ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ ୧୬/୦୭ : ବିଗ୍ ବସ୍ ୧୪ ଫେମ୍‌ ରାହୁଲ ବୈଦ୍ୟ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ୍ ଦିଶା ପରମାରଙ୍କ ପାଇଁ ଆଜି ବଡ ଖୁସିର ଦିନ । ବହୁ ଦିନର ଅପେକ୍ଷା ପରେ ଦୁହେଁ ଆଜି ବିବାହ କରିଛନ୍ତି । ରାହୁଲ୍ ବର ବେଶ ସାଜି ମଣ୍ଡପରେ ପହଞ୍ଚିଛନ୍ତି , ଦିଶା ମଧ୍ୟ କନିଆ ସାଜି ନାଲି ଲେହେଙ୍ଗାରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଦୁଇଜଣଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । କରୋନା ପ୍ରୋଟୋକଲକୁ ଧ୍ୟାନରେ ରଖି ମୁମ୍ବାଇରେ ଦୁହିଁଙ୍କ ବିବାହ ହୋଇଛି । ଏହି ବିବାହରେ ରାହୁଲଙ୍କ ବନ୍ଧୁମାନେ ସମାନ ଡ୍ରେସରେ ନଜର ଆସିଛନ୍ତି ।

ରାହୁଲ ତାଙ୍କ ବିବାହରେ ଏକ ଧଳା ଶେରୱାନି ପିନ୍ଧିଛନ୍ତି, ଯେହା ସହିତ ସେ ଏକ ସୁବର୍ଣ୍ଣ ପଗଡି ପିନ୍ଧିଛନ୍ତି । ଏହି ସମୟରେ, ଦିଶା ପରମାରଙ୍କୁ ଲାଲ ରଙ୍ଗର ଲେହେଙ୍ଗାରେ ଦେଖିବାକୁ ମିଳିଛି । ରାହୁଲ ଏବଂ ଦିଶାଙ୍କ ବିବାହ ମଣ୍ଡପରୁ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟ ପରସ୍ପରକୁ ରିଙ୍ଗ ଏବଂ ବରମାଳା ପିନ୍ଧାଉଥିବାର ନଜର ଆସିଛନ୍ତି।

ଦିଶା ପ୍ରଥମେ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ରାହୁଲଙ୍କୁ ରିଙ୍ଗ ପିନ୍ଧାଇଛନ୍ତି ତା’ପରେ ରାହୁଲ ଦିଶାଙ୍କୁ ପିନ୍ଧାଇଛନ୍ତି । ଏହି ସମୟରେ ଦୁହେଁ ବହୁତ ଖୁସି ଦେଖାଯାଉଛନ୍ତି । ଏହି ରୀତିନୀତି ପରେ ଦୁହେଁ ପରସ୍ପରକୁ ବରମାଳା ପିନ୍ଧାଇଛନ୍ତି ।

ରାହୁଲଙ୍କ ବିବାହରେ ତାଙ୍କ ସାଙ୍ଗ ଏବଂ ପରିବାରର ସମସ୍ତ ପୁରୁଷ ସମାନ ପୋଷାକରେ ନଜର ଆସିଛନ୍ତି । ବିଗ୍ ବସ୍ ରେ ରାହୁଲଙ୍କ ବନ୍ଧୁ ହୋଇଥିବା ଅଲି ଇନଷ୍ଟା ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସମସ୍ତେ ସମାନ ପୋଷାକରେ ଦେଖାଯାଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ