ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ସୁଗନ୍ଧା ମିଶ୍ରା- ସାଙ୍କେତ ଭୋସଲେ

ମୁମ୍ବାଇ ୨୭/୦୪: କମେଣ୍ଡିଆନ୍ ସୁଗନ୍ଧା ମିଶ୍ରା ଏବଂ ସାଙ୍କେତ ଭୋସଲେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏପ୍ରିଲ୍ ୨୬ ରେ ଦୁହେଁ ପରିବାର ଉପସ୍ଥିତିରେ ଜଲନ୍ଧର କ୍ଲବ କାବାନାରେ ବିବାହ କରିଥିଲେ । ସୁଗନ୍ଧାଙ୍କ ବନ୍ଧୁ ତଥା ନିର୍ମାତା ପ୍ରୀତି ସିମନ୍ସ ତାଙ୍କ ଇନଷ୍ଟା ଷ୍ଟୋରୀରେ ବିବାହ ଫଟୋ ପୋଷ୍ଟ କରିଛନ୍ତି । କରୋନା କାରଣରୁ ଏହି ବିବାହରେ କେବଳ ଅତି ନିକଟତର ଲୋକ ସାମିଲ୍ ହୋଇଥିଲେ । ସୁଗନ୍ଧାଙ୍କ ପରିବାର ସଦସ୍ୟ ସୋସିଆଲ ମିଡିଆରେ ପୂର୍ବରୁ କହିଥିଲେ ଯେ କରୋନା କାରଣରୁ ଏହି ସମାରୋହ ସରଳତାର ସହିତ ହେବ।

ସୁଗନ୍ଧା ତାଙ୍କ ଇନଷ୍ଟାଗ୍ରାମରେ ମେହେନ୍ଦୀ ସମାରୋହର ଅନେକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ହାତରେ ମେହେନ୍ଦୀ ଲଗାଇଥିବା ଦେଖାଇଛନ୍ତି । ଏହି ସମୟରେ ସୁଗନ୍ଧା ସବୁଜ ଲେହେଙ୍ଗା ସହିତ ଭାରି ଅଳଙ୍କାର ମଧ୍ୟ ପିନ୍ଧିଥିଲେ ।

ସଙ୍କେତ ମେହେନ୍ଦି ସମାରୋହର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଭିଡିଓ କଲ୍ ସମୟରେ ରେକର୍ଡିଂ ହୋଇଛି । ସୁଗନ୍ଧା ଏବଂ ସଙ୍କେତ ପରସ୍ପରକୁ ମେହେନ୍ଦୀ ଦେଖାଇଛନ୍ତି । ସଙ୍କେତ କ୍ୟାପସନରେ ଲେଖିଛନ୍ତି – ‘ମେହେନ୍ଦି ଲାଗା କେ ରଖନା ।’

ସଙ୍କେତ ଭୋସଲେ ଏବଂ ସୁଗନ୍ଧା ମିଶ୍ରା ଇନଷ୍ଟାଗ୍ରାମରେ ରୋମାଣ୍ଟିକ ଫଟୋ ସେୟାର କରି ବିବାହର ସୂଚନା ଦେଇଥିଲେ । ସୁଗନ୍ଧା ତାଙ୍କ କ୍ୟାପସନରେ ଲେଖିଥିଲେ- ‘ସର୍ବଦା ଏକାଠି ।’ ସେହିପରି ସଙ୍କେତ ତାଙ୍କ ପୋଷ୍ଟରେ ଲେଖିଥିଲେ – ‘ମୋତେ ସୁଗନ୍ଧା ମିଶ୍ରାଙ୍କ ରୂପରେ ମୋର ସନସାଇନ୍ ମିଳିଛି ।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ