ଦେଶ ବିଦେଶ ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧିହେବେ ଏକତା କପୁର ! ବନ୍ଧୁ ତନବୀରଙ୍କ ସହ ସେୟାର୍ କରିଥିବା ଫଟୋକୁ ନେଇ ଚର୍ଚ୍ଚା

ମୁମ୍ବାଇ ୧୭/୧୨ : ଟିଭି ସିରିଏଲ ଓ ଫିଲ୍ମ ନିର୍ମାତା ଏକତା କପୁର ଏକ ଫଟୋ ସେୟାର୍ କରିଛନ୍ତି। ଏକତାଙ୍କ ଫଟୋ ଭାଇରାଲ ହେବାପରେ ସୋସିଆଲ ମିଡ଼ିଆରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ସେ ‘ଅସୁର’ ନିର୍ମାତା ତନବୀର ବୁକଵାଲାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସହ ସେ କ୍ୟାପ୍ସନ ବି ଦେଇଛନ୍ତି। ଫଟୋ ସେୟାର କରି ସେ ଲୋକଙ୍କୁ ଚକିତ କରିଦେଇଛନ୍ତି। ଲୋକେ ବର୍ତ୍ତମାନ ବୁଝି ପାରୁନାହାନ୍ତି ଯେ ଉଭୟ ସତରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ନା ମିଶିକି କୌଣସି ୱେବସିରିଜ୍ କରୁଛନ୍ତି। ଫଟୋରେ ତନବୀର ଯେଉଁ କମେଣ୍ଟ ଦେଇଛନ୍ତି ତାହା ଲୋକଙ୍କ ସନ୍ଦେହକୁ ଦୃଢ କରିଛି।


ଏକତା କପୁର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତନବୀର ବୁକଵାଲାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଦୁହେଁ ଏକ ସେଲ୍ଫି ନେଇଛନ୍ତି। ଫଟୋ ସେୟାର କରି ଏକତା ଲେଖିଛନ୍ତି, ‘ଆମେ ଏଇଠି ଅଛୁ… ଆପଣମାନଙ୍କୁ ଖୁବ ଶୀଘ୍ର ଜଣାଇବୁ’

ଫଟୋରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ତନବୀର ବୁକଵାଲା ନିଜେ ମଧ୍ୟ କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି, ବନ୍ଧୁତାକୁ ସମ୍ପର୍କରେ ପରିଣତ କରିବା ସମୟ ଆସିଯାଇଛି। ତନବୀରଙ୍କ କମେଣ୍ଟ ଦେଖି ସେଲିବ୍ରିଟିଜ ମଧ୍ୟ ଚର୍ଚ୍ଚା କରୁଛନ୍ତି। କିଛି ପ୍ରଶଂସକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଏକତା କପୁରଙ୍କ ବନ୍ଧୁ ତନବୀର ବୁକଵାଲା ଜଣେ ବହୁତ ବଡ ଲେଖକ। ସେ ଡିଙ୍ଗ୍ ଏଣ୍ଟରଟେନମେଣ୍ଟର ଫାଉଣ୍ଡର୍ ମଧ୍ୟ ଅଛନ୍ତି। ତନବୀରଙ୍କ ଇନଷ୍ଟାଗ୍ରାମରେ ଏକତାଙ୍କର ଅନେକ ଫଟୋ ଅଛି। ନିଜେ ଏକତା ମଧ୍ୟ ଫଟୋରେ କମେଣ୍ଟ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ