ଦେଶ ବିଦେଶ ମନୋରଞ୍ଜନ

ବିବାହ ପୁର୍ବରୁ ଅବିନାଶ-ପଲକଙ୍କ ସମ୍ପର୍କରେ ଫାଟ, ଅଭିନେତ୍ରୀ କହିଲେ- ତାଙ୍କ ସହ ମୋ ସମ୍ପର୍କ ଶେଷ ହୋଇଛି…

ନୂଆଦିଲ୍ଲୀ ୧୭।୦୧: ଟେଲି ଜଗତର ଜଣାଶୁଣା ଅଭିନେତା ଅବିନାଶ ସଚଦେବ ତାଙ୍କ ପ୍ରେମିକା ପଲକ ପୁରସଓ୍ବାନୀଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି । ଉଭୟ କିଛି ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ୨୦୨୧ ଜାନୁୟାରୀରେ ସେମାନଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। ହେଲେ ସମ୍ପର୍କ ଆଉ ପାଦେ ଆଗେଇବା ପରିବର୍ତ୍ତେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଏନେଇ ପଲକ ସାକ୍ଷାତକାରରେ କହିଛନ୍ତି ଯେ, ଅବିନାଶଙ୍କ ସହ ତାଙ୍କ ସମ୍ପର୍କ ଶେଷ ହୋଇଛି ବୋଲି କନଫର୍ମ କରିଛନ୍ତି। ଭଲପାଇବାଠାରୁ ମୋ ପାଇଁ ସମ୍ମାନ ଏବଂ ସଚ୍ଚୋଟତା ବଡ଼। ସବୁ ସମ୍ପର୍କରେ ଉତ୍ଥାନ ପତନ ଆସେ। ଏହା ଏକ ସାଧାରଣ କଥା। ହେଲେ କଥା ଅଧିକ ବଢ଼ିଗଲେ ସମ୍ଭାଳିବା ବଡ ମୁସ୍କିଲ। ଦୀର୍ଘ ୪ ବର୍ଷର ସମ୍ପର୍କକୁ ଯଦି ସମ୍ମାନ କରି କହିବି ତେବେ ମୁଁ ଜାଣେ କି ଏବେ ଭଲ ସ୍ଥାନରେ ମୁଁ ଅଛି। ତାଙ୍କୁ ସବୁକିଛି ପାଇଁ ମୁଁ କ୍ଷମା କରିଦେଇଛି। ଯେଉଁଥି ପାଇଁ ସେ କେବେ କ୍ଷମା ମାଗି ନାହାନ୍ତି । ଏହା ବ୍ୟତୀତ ସେ କହିଛନ୍ତି ବ୍ରେକଅପ ଲାଇଫ୍‌ ବହୁତ କଷ୍ଟକର ହେଲେ ମୁଁ ଏହାକୁ ଗ୍ରହଣ କରି ନେଇଛି । ଆଗକୁ ମଧ୍ୟ ବଢି ସାରିଛି । ନିର୍ବନ୍ଧ ପରେ ଅବିନାଶଙ୍କ ସହ ମିଶି ଏକ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିଥିଲେ । ହେଲେ ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ହୋଇଯାଇଥିଲା ।

ଅପରପକ୍ଷେ ଅବିନାଶ ପୂର୍ବରୁ ଥରେ ବିବାହ କରିଛନ୍ତି। ୨୦୧୫ରେ ଧାରାବାହିକ ଇସ୍‌ ପ୍ୟାର୍‌ କୋ କ୍ୟା ନାମ୍‌ ଦୁଁ’ର ଅଭିନେତ୍ରୀ ଶାମଲୀ ଦେଶାଇଙ୍କୁ ବିବାହ କରିଥିଲେ । ହେଲେ ୨୦୧୭ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଏହାଛଡ଼ା ସେ ଅଭିନେତ୍ରୀ ରୁବିନା ଦିଲାଇକଙ୍କୁ ମଧ୍ୟ ଡେଟ୍‌ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ