ଦେଶ ବିଦେଶ ମନୋରଞ୍ଜନ

ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ରଣବୀର-ଆଲିଆ, ଭାଇରାଲ୍‌ ହେଉଛି ଫଟୋ…

ନୂଆଦିଲ୍ଳୀ ୨୭।୦୩ : ଖୁବଶୀଘ୍ର ବାଜିବ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଶାହାନାଇ। ହାତକୁ ଦି ହାତ ହେବ ଏହି ଲଭ୍‌ ବାର୍ଡ। ଦୀର୍ଘ ଦିନର ଅପେକ୍ଷାର ନେବେ ସାତ ଫେରା। ଏଥିପାଇଁ ଫୁଲ୍‌ ଦମ୍‌ରେ ସଜବାଜ ହେଲେଣି ରଣବୀର-ଆଲିଆ। ଆରମ୍ଭ କରିଦେଲେଣି ସପିଂ। ମିଡିଆ ରିପୋର୍ଟ ଅନୁଯାୟୀ, ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ଉଭୟଙ୍କ ଫ୍ୟାନ୍‌ ବେଶ୍‌ ଆଗ୍ରହ ସହ ଅପେକ୍ଷା କରି ବସିଛନ୍ତି। କୁହାଯାଉଛି ଯେ, ଆସନ୍ତା ଏପ୍ରିଲ ମାସରେ ରଣବୀର ଓ ଆଲିଆଙ୍କ ପଡିବ ହାତଗଣ୍ଠି। ଏଥିପାଇଁ ଉଭୟଙ୍କ ପରିବାର ତରଫରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ସୋସିଆଲ୍‌ ମିଡିଆରେ ରଣବୀର ଓ ଆଲିଆଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଦୁହେଁ ପ୍ରସିଦ୍ଧ ବ୍ରାଇଡାଲ କାଞ୍ଚିପୁରମ ଶାଢ଼ୀ ବ୍ରାଣ୍ଡ ସମାତି ଟେକ୍ସଟାଇଲ୍ସର ସିଇଓ ଓ ଡିଜାଇନରଙ୍କ ସହ ନଜର ଆସିଛନ୍ତି। ଏହି ଫଟୋକୁ ଦେଖିବା ପରେ ବିବାହ ପାଇଁ ଉଭୟ ସପିଂ ଆରମ୍ଭ କରିଦେଇଥିବା ନେଇ ଚର୍ଚ୍ଚା ହେଉଛି।ଶାଢ଼ୀ ବ୍ରାଣ୍ଡର ସିଇଓ ତଥା ଡିଜାଇନର ବିନା କନ୍ନନ ନିଜ ଇନଷ୍ଟାଗ୍ରାମରେ ଆଲିଆ ଓ ରଣବୀର କପୁରଙ୍କ ସହ ନିଜ ଫଟୋକୁ ସେଆର କରିଛନ୍ତି। ଏହି ଫଟୋକୁ ଦେଖି ରଣବୀର ଓ ଆଲିଆଙ୍କ ବିବାହ ଖବରକୁ ପୁଣି ଗୁଜବ ଆରମ୍ଭ ହୋଇଛି।

ଏହି ଫଟୋରେ ଅନେକ ୟୁଜର୍ସ, କେବେ ବିବାହ କରିବେ, ବିବାହ ପ୍ରସ୍ତୁତି ଆରମ୍ଭ କରିଦେଲେଣି କି? ବୋଲି ପ୍ରଶ୍ନ କରିଛନ୍ତି। କିଛି ଦିନ ପୂର୍ବେ ରଣବୀର କପୁରଙ୍କ ମା’ ନୀତୁ କପୁରଙ୍କୁ ସେଲେବ୍ରିଟି ଡିଜାଇନର ମନୀଷ ମଲହୋତ୍ରାଙ୍କ ଷ୍ଟୋରରେ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ମନୀଷଙ୍କୁ ମଧ୍ୟ ତାଙ୍କ ଘରେ ସ୍ପର୍ଟ କରାଯାଇଥିଲା। ବିଶ୍ୱାସ କରାଯାଉଛି ଯେ, କପୁର ପରିବାରର ବୋହୂକୁ ଘରକୁ ଆଣିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ