ଦେଶ ବିଦେଶ ମନୋରଞ୍ଜନ

ବିବାହ ପରେ ସ୍ବାମୀ ବିଗ୍ନେଶଙ୍କୁ ୨୦ କୋଟି ଟଙ୍କାର ମହଙ୍ଗା ଉପହାର ଦେଲେ ନୟନତାର

ନୂଆଦିଲ୍ଲୀ ୧୨।୦୬ : ସାଉଥର ଜଣା ଶୁଣା ଅଭିନେତ୍ରୀ ନୟନତାରା ଏବଂ ନିର୍ମାତା ବିଗ୍ନେଶ ଶିବନ ଚେନ୍ନାଇର ମହାବାଲିପୁରମର ଏକ ରିସୋର୍ଟରେ ଗ୍ରାଣ୍ଡ ବିବାହ କରିଥିଲେ। ନୟନତାରାଙ୍କ ବିବାହ ସାଉଥ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ବହୁତ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ଦୁହିଁଙ୍କର ବିବାହ ଫଟୋ ସୋସିଆଲ୍‌ ମିଡିଆରେ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ନୟନତାରା ଏବଂ ବିଗ୍ନେଶ ଦୀର୍ଘ ସମୟ ଧରି ସଂପର୍କରେ ଥିଲେ । କିନ୍ତୁ ବିବାହ ପରେ ଏବେ ଦୁହେଁ ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ, ବିବାହ ପରେ ନୟନତାରା ବିଗ୍ନେଶଙ୍କୁ ବହୁତ ମହଙ୍ଗା ଉପହାର ଦେଇଛନ୍ତି।

ଖବର ଅନୁଯାୟୀ, ନୟନତାରା ତାଙ୍କ ସ୍ୱାମୀ ବିଗ୍ନେଶଙ୍କୁ ୨୦ କୋଟି ଟଙ୍କାର ବିଳାଶପୂର୍ଣ୍ଣ ବଙ୍ଗଳା ଉପହାର ଦେଇଛନ୍ତି। ଏହି ବଙ୍ଗଳାଟି ବିଗ୍ନେଶଙ୍କ ନାମରେ ରେଜିଷ୍ଟ୍ରେଶନ ହୋଇଛି। ଏହା ବ୍ୟତୀତ ଅଭିନେତ୍ରୀ ତାଙ୍କ ନଣନ୍ଦଙ୍କୁ ୩୦ଟି ସୁନା ଅଳଙ୍କାର ଗିଫ୍ଟ ଦେଇଛନ୍ତି ଏବଂ ନୟନତାରା ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ମହଙ୍ଗା ଉପହାର ମଧ୍ୟ ଦେଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ବିବାହ ପରେ ନୟନତାରା ତାଙ୍କ ଶାଶୁ ଘରକୁ ବହୁତ ଭଲ ପାଉଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ