ଦେଶ ବିଦେଶ ମନୋରଞ୍ଜନ

ବିବାହ ପରେ ଇନଷ୍ଟାଗ୍ରାମରେ ନାମ ପରିବର୍ତ୍ତନ କଲେ ଶିବାନୀ ଦାଣ୍ଡେକର

ନୂଆଦିଲ୍ଳୀ ୨୩।୦୨: ଫେବୃଆରୀ ୧୯ରେ ବଲିଉଡ ଅଭିନେତା ଫରହାନ ଅଖତର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ସହ ବିବାହ କରିଥିଲେ । ଏହି ଦମ୍ପତି ୪ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ । ମହାରାଷ୍ଟ୍ରୀୟ ପାରମ୍ପରିକ ସହ ସେମାନେ vowରେ ଦୁହିଁଙ୍କର ବିବାହ ହୋଇସାରିଛି। ବିବାହ ପରେ ସେମାନେ ବାହାରକୁ ଯାଉଥିବା ଫଟୋ ମଧ୍ୟ ଭାଇରାଲ ହେଇଥିଲା।

ନିକଟରେ ଅଭିନେତ୍ରୀ ତାଙ୍କ ବିବାହର କିଛି ଦିନ ପରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜ ନାମ ପରିବର୍ତ୍ତନ କରିଛନ୍ତି । ଶିବାନୀ ଦାଣ୍ଡେକର ବଦଳରେ ଶିବାନୀ ଦାଣ୍ଡେକର-ଅଖତର କରିଥିବା ଦେଖିବାକୁ ମିଳିଛି। ବିବାହ ଉତ୍ସବରେ କେବଳ ସେମାନଙ୍କର ପରିବାର ଓ ଘନିଷ୍ଠ ସର୍ମ୍ପକୀୟ ହିଁ ସାମିଲ ହୋଇଥିଲେ। ଦୁହେଁ ମିଶି ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ଦେବେ ବୋଲି ଜଣାପଡିଛି। ଏଥିରେ ପରିବାର ଲୋକ, ଘନିଷ୍ଠ ବନ୍ଧୁ ଓ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସେଲିବ୍ରିଟି ସାମିଲ ହେବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ