ଦେଶ ବିଦେଶ ମନୋରଞ୍ଜନ

ବିବାହ କଲେ ଜେନିଫର ଲୋପେଜ୍‌ ଏବଂ ବେନ୍‌, ୱେଡିଂ ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ ୧୮।୦୭: ଜେନିଫର୍ ଲୋପେଜ୍ ଏବଂ ବେନ୍ ଅଫ୍ଲେକ୍ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଲଭବାର୍ଡ ଲାସ୍ ବେଗାସରେ ଉଭୟ ବିବାହ କରିବା ପରେ ଦମ୍ପତିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶେଷରେ ଜେନଫିର ଏବଂ ବେନ୍ ଏକାଠି ହୋଇଥିବାରୁ ସେମାନଙ୍କ ଫ୍ୟାନ୍ସ ଅତ୍ୟନ୍ତ ଖୁସି ହୋଇଛନ୍ତି।

ଭାଇରାଲ୍‌ ହୋଇଥିବା ଫଟୋରେ ଜେନିଫର ଏକ ଧଳା ଗାଉନ୍ ପିନ୍ଧିଥିବାବେଳେ ବେନ୍ ଏକ କଳା ସୁଟ୍‌ରେ ନଜର ଆସିଛନ୍ତି । ଯେଉଁଥିରେ ଦୁହେଁ ଖୁବ୍‌ ଖୁସିଥିବା ବେଳେ ବେନ୍‌ ଜେନିଫର୍‌ଙ୍କୁ କିସ୍‌ କରୁଥିବାର ନଜର ଆସିଛନ୍ତି । କହିବାକୁ ଗଲେ ଉଭୟଙ୍କ ସମ୍ପର୍କ ଦୀର୍ଘ ପ୍ରାୟ ୨୦ ବର୍ଷ ପୁରୁଣା, କିନ୍ତୁ ହଠାତ୍‌ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଥିଲା । ଦୁହେଁ ଅଲଗା ପରେ ଦୁହେଁ ଅନ୍ୟତ୍ର ବିବାହ କରିଥିଲେ । ଉଭୟଙ୍କର ମଧ୍ୟ ସନ୍ତାନ ଅଛି ।

କିନ୍ତୁ ଦୁହିଁଙ୍କ ଭାଗ୍ୟର ଆଉ କିଛି ଲେଖା ଥିଲା । ଗତ ବର୍ଷ ଦୁହେଁ ଏକାଠି ହୋଇଥିଲେ। ଚଳିତ ବର୍ଷ ଏପ୍ରିଲରେ ବିବାହ ନିର୍ବନ୍ଧ କରିଥିଲେ। ଯେଉଁ ରିଙ୍ଗ ପିନ୍ଧିଥିଲେ ତାହାକୁ ନେଇ ମଧ୍ୟ ଖୁବ୍‌ ଆଲୋଚନା ମଧ୍ୟ ହୋଇଥିଲା । ଯାହାର ମୂଲ୍ୟ ୫ ମିଲିୟନ୍‌ ଡଲାର ଅର୍ଥାତ୍‌ ୩୭ କୋଟି ଟଙ୍କା । ବର୍ତ୍ତମାନ ଏହି ଲଭବାର୍ଡ ବହୁତ ଖୁସିଥିବାର ଜଣାପଡୁଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ