ଅପରାଧ ରାଜ୍ୟ

ବିବାହିତ ଯୁବକଙ୍କ ପରକୀୟା ପ୍ରୀତି: ଲୁହାଛଡ଼ରେ ପଟିପିଟି ହତ୍ୟା କଲେ ଦୁଇ ନାବାଳକ

ଯୋଡ଼ା: ପରକୀୟା ପ୍ରୀତି ଯୋଗୁଁ ବିବାହିତ ଯୁବକଙ୍କ ଜୀବନ ଚାଲିଗଲା। ମାଆଙ୍କ ସହିତ ଗୋଟିଏ ଘର ଭିତରେ ଅସଂଯତ ଅବସ୍ଥାରେ ଦେଖି ଦୁଇ ନାବାଳକ ପୁତ୍ର ହିଂସାପରାୟଣ ହୋଇ ପରକୀୟା ସମ୍ପର୍କ ରଖିଥିବା ବିବାହିତ ଯୁବକକୁ ଖୁଣ୍ଟରେ ବାନ୍ଧି ଲୁହ ଛଡ଼ରେ ପିଟି ପିଟି ହତ୍ୟା କରିଛନ୍ତି। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ଶାସ୍ତ୍ରୀନଗରରେ। ମୃତ ଯୁବକର ନାମ ସେକେଣ୍ଡ ମହାକୁଡ଼(୪୫) ବୋଲି ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତ୍ରି ୯ ଘଟିକା ସମୟରେ ମୃତ ସେକେଣ୍ଡଙ୍କ ଘରେ ଦୁଇ ନାବାଳକଙ୍କ ମାଙ୍କୁ ଅସଂଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କ ମାଆ ସହିତ ମୃତ ସେକେଣ୍ଡ ପରକୀୟା ପ୍ରୀତିକୁ ସମ୍ପର୍କକୁ ନେଇ ଦୁଇ ନାବାଳକ ହିଂସ୍ର ହୋଇ ଉଠିଥିଲେ। ସେଦୁହେଁ ସେକେଣ୍ଡଙ୍କୁ ଘୋଷାଡ଼ି ନେଇ ତାଙ୍କ ଘର ସମ୍ମୁଖରେ ଏକ ଖୁଣ୍ଟରେ ବାନ୍ଧି ଲୁହା ଛଡ଼ରେ ନିର୍ଦ୍ଧୁମ ପିଟିଥିଲେ। ପିଟି ପିଟି ଗୋଟିଏ ହାତ ଓ ଗୋଡ଼ ଭାଙ୍ଗିଦେଇଥିଲେ। ଏହାପରେ ଦୁଇ ନାବାଳକ ତାଙ୍କୁ ଯୋଡ଼ା ଟାଟାଷ୍ଟିଲ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ସେକେଣ୍ଡଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଏ ନେଇ ଯୋଡ଼ା ଥାନାରେ ଏକ ହତ୍ୟା ମାମଲା ନମ୍ବର ୮୫/୨୦୨୨ ପୁଲିସ ରୁଜୁ କରି ଦୁଇ ନାବାଳକଙ୍କୁ ପଚରାଉଚରା ଜାରି ରଖିଥିବା ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।