ଅପରାଧ ରାଜ୍ୟ

ବିବାହିତ ମହିଳାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା, ସିସି କ୍ୟାମେରା ଚିତ୍ର; ସେକ୍ଟର୍‌ ୬ ପାର୍କପଟୁ ସାଇକଲରେ ଆସିଛନ୍ତି ଏକୁଟିଆ

କଟକ: କୃଷକବଜାରରେ ଅଚିହ୍ନା ମହିଳା ଜଣକ ପିଏଚ୍‌ଡି ପାଣି ଟାଙ୍କି ଉପରୁ ତଳେ ପଡ଼ିବା ପରେ ତାଙ୍କର ମୃତ୍ୟୁ ହୋଇଛି। ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରି ଏବେ ଏଭଳି ଆକଳନ କରୁଛି। ମହିଳା ଜଣକ ଯେଉଁ ସ୍ଥାନରେ ପଡ଼ିଥିଲେ ତାଙ୍କର ହାତରେ ଥିବା ନାଲି ଚୁଡ଼ି ଭାଙ୍ଗି ଆଖପାଖରେ ପଡ଼ିଥିବା ବେଳେ ଅଣ୍ଟା ଓ ଡାହାଣ ଗୋଡ଼ର ଆଣ୍ଠୁ ହାଡ଼ ଭାଙ୍ଗିଥିବା ବଡ଼ ଡାକ୍ତରଖାନାର ଏକ୍ସରେରୁ ସ୍ପଷ୍ଟ ହୋଇଛି। ଯେଉଁଠି ଶବ ପଡ଼ିଥିଲା ପାଦ ନିକଟରେ ବାଲିରେ ଆଙ୍ଗୁଠିର ଆଞ୍ଚୁଡ଼ା ଦାଗ ଥିବାରୁ ତଳେ ପଡ଼ି ଛାଟିପିଟି ହେବା ପରେ ତାଙ୍କର ମୃତ୍ୟୁ ହୋଇଛି। ବାହାରେ ହତ୍ୟା କରି କୃଷକ ବଜାରରେ ଫିଙ୍ଗି ଦିଆଯାଇଥିବା ନେଇ ଯେଉଁ ଅନୁମାନ କରାଯାଉଥିଲା, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପାରିପାର୍ଶ୍ବିକ ପ୍ରମାଣ ପୁଲିସର ହସ୍ତଗତ ହୋଇନାହିଁ। କିନ୍ତୁ ମହିଳାଙ୍କୁ କେହି ପାଣି ଟାଙ୍କି ଉପରୁ ଠେଲି ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି।
କୃଷକବଜାର ପିଏଚଡି ପାଣି ଟାଙ୍କି ତଳୁ ଗତ ବୁଧବାର ସକାଳେ ବିବାହିତ ମହିଳାଙ୍କ ମୃତଦେହ ଘଟଣାକୁ ୪୮ ଘଣ୍ଟା ଅତିକ୍ରମ କରିଗଲାଣି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ମହିଳାଙ୍କ କେହି ଦାବିଦାର ବର୍ତ୍ତମାନ ସୁଦ୍ଧା ସାମନାକୁ ଆସି ନାହାନ୍ତି। ବର୍ତ୍ତମାନ ସୁଦ୍ଧା ପାରିପାର୍ଶ୍ବକ ପରିସ୍ଥିତିରୁ ସେ ଟାଙ୍କି ଉପରୁ ପଡ଼ିଥିବା କୁହାଯାଉଥିବା ବେଳେ ଏହି ଅଞ୍ଚଳକୁ ସେ ଆସିଥିବା ସମ୍ଭାବ୍ୟ ପ୍ରବେଶ ପଥର ସିସି କ୍ୟାମେରା ଫୁଟେଜ୍ ପୁଲିସ ଯାଞ୍ଚ କରୁଛି। ଗୋଟିଏ କ୍ୟାମେରାରୁ ମିଳିଥିବା ରେକର୍ଡ ଅନୁଯାୟୀ ମହିଳା ଜଣକ ସାଇକଲରେ ସନ୍ଧ୍ୟାରେ ଏକୁଟିଆ ସେକ୍ଟର-୬ ପାର୍କପଟୁ ଆସୁଛନ୍ତି। ଯେହେତୁ ମହିଳା ଜଣକ ସାଇକେଲରେ ଆସିଥିଲେ ସେଥିପାଇଁ ସେ ନିମ୍ନ ମଧ୍ୟବିତ୍ତ ପରିବାରର ଏବଂ ଆଖପାଖ ବସ୍ତି ଅଞ୍ଚଳରେ ରହୁଥିବା ପୁଲିସ ସନ୍ଦେହ କରୁଛି।

ସେଥିପାଇଁ ଇମାମପଡ଼ା ବସ୍ତିରୁ ବ୍ରଜବିହାରୀପୁର ବସ୍ତି, ବିଡାନାସୀ ବନ୍ଧତଳ, ହରିଣ ପାର୍କ, ଧବଳେଶ୍ବର ଗଡ଼ା, ପେଟାନାଳ ବସ୍ତିରେ ମହିଳାଙ୍କ ସମ୍ପର୍କରେ ଖବର ଦେବାକୁ କୁହାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ମହିଳାଙ୍କ ଫଟୋ ବି ଲଗାଇଛି। କଟକ ଓ ଭୁବନେଶ୍ବର କମିସନରେଟ୍ ପୁଲିସ ସମେତ ରାଜ୍ୟର ସମସ୍ତ ଥାନାକୁ ପଠାଯାଇଛି। ସିଆଇଜି(କ୍ରାଇମ୍ ଇଣ୍ଟେଲିଜେନ୍ସ ଗେଜେଟ୍)ରେ ମହିଳାଙ୍କ ଫଟୋ ପ୍ରକାଶ ପାଇଁ କ୍ରାଇମବ୍ରାଞ୍ଚକୁ ସୂଚନା ଦିଆଯାଇଛି। ରାଜ୍ୟରେ କୌଣସି ଥାନା ଅଞ୍ଚଳରେ ଯଦି ଏହି ମହିଳାଙ୍କ ନିଖୋଜ ସମ୍ପର୍କିତ ଅଭିଯୋଗ ଥାଏ ତେବେ ତୁରନ୍ତ ବିଡାନାସୀ ଥାନାକୁ ଯୋଗାଯୋଗ କରିବାକୁ କୁହାଯାଇଛି। ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ସହିତ ଏକ୍ସରେ ହୋଇଥିବା ବେଳେ ମହିଳାଙ୍କ ଭେସେରା ସଂଗ୍ରହ ହୋଇ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଛି। ପାଣି ଟାଙ୍କିରୁ ଜବତ ହୋଇଥିବା କିଟନାଶକ ଔଷଧ ଏବଂ ମହିଳାଙ୍କ ପେଟରେ ଥିବା ଖାଦ୍ୟ ପଦାର୍ଥ ସହିତ ମେଳ କରାଯିବ। ପୁଲିସ ଜବତ କରିଥିବା କିଟନାଶକ ଔଷଧ ଯଦି ପେଟରୁ ମିଳିଲା ତେବେ ତେବେ ସେ ବିଷ ଖାଇଥିବା ସ୍ପଷ୍ଟ ହେବ। ଔଷଧ ଓ ପାଣି ବୋତଲ ବି ଲାବରେଟୋରିକୁ ପଠାଯାଇଛି। ଟାଙ୍କି ଉପରେ ଚପଲ, ବିଷ ବୋତଲ, ପାଣି ବୋତଲ ଗୋଟିଏ ସ୍ଥାନରେ ରଖାଯାଇଥିବା ବେଳେ ମହିଳା ଆଉ ଗୋଟିଏ ପଟେ ରେଲିଂ ଉପରୁ ପଡ଼ିଛନ୍ତି। ପୁଲିସର ଏ ଦିଗରେ ଅଧିକ ତଦନ୍ତ ଜାରି ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।