ଅପରାଧ ରାଜ୍ୟ

ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନିଆଳି ୨୭।୦୬: ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । ମୃତ ମହିଳା ହେଲେ ଇନ୍ଦୁମତି ପରିଡ଼ା । କଟକ ଜିଲ୍ଲା ନିଆଳି ଥାନା ରାଇଚାନ୍ଦୋଳ ଗାଁରେ ଘଟିଛି ଏପରି ଘଟଣା । ନିଆଳି ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରିଛି ।

ଖବର ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ଥାନା ମିଟେଇପୁର ଚାଉଳ ବସ୍ତ ଗାଁର ଅଚ୍ୟୁତ ପରିଡାଙ୍କ ଝିଅ ଇନ୍ଦୁମତି ଜୁନ୍‌ ୨୦୨୧ରେ କଟକ ଜିଲ୍ଲା ନିଆଳି ରାରଚାନ୍ଦୋଳ ଗାଁର ରଶ୍ମି ରଂଜନକୁ ବିବାହ କରିଥିଲେ। ବିବାହ ପରେ ସୁବୁ ଠିକ୍‌ ଠାକ ଚାଲିଥିବାବେଳେ କାହିଁକ ଓ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । ମାତ୍ର ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ବାପ ଘର ଲୋକ । ମୃତ ମହିଳାଙ୍କ ସ୍ଵାମୀ ରଶ୍ମି ରଂଜନକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅସ୍ପଷ୍ଟ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।