ଅପରାଧ ରାଜ୍ୟ

ବିବାହିତାଙ୍କୁ କାର୍‌ରେ ଲିଫ୍ଟ ଦେଇ ଟ୍ରକ୍‌ରେ ଗଣଦୁଷ୍କର୍ମ ! ଥାନାରେ ଅଭିଯୋଗ କଲେ ପୀଡିତା

ଜଗତସିଂହପୁର ୨୯।୬: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବଣିତ ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଚଳିତ ମାସ ୧ ତାରିଖ ଦିନ ସମ୍ପୃକ୍ତ ମହିଳା ମଧ୍ୟାହ୍ନ ସମୟରେ ରାହମା ବଜାରରେ ବସକୁ ଅପେକ୍ଷା କରି ଛିଡା ହୋଇଥିଲେ ।

ଏହି ସମୟରେ ତିନି ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହି ଏକ କାର୍ ଭିତରେ ପାରାଦୀପ ଆଡ଼କୁ ନେଇଯାଇଥିଲେ । ତାଙ୍କୁ ନିଶା ଦେଇ ଅଚେତ କରିବା ପରେ ଅଠରବାଙ୍କୀ ନିକଟରେ ଏକ ଟ୍ରକ ଡାଲାର ଗଣଦୁଷ୍କର୍ମ କରିଥିଲେ । ପରେ ଏ ନେଇ କାହାରିକୁ କହିଲେ ଜୀବନରେ ମାରିଦେବା ସହ ଅଶ୍ଲୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ ।

ଫଳରେ ଭୟଭୀତ ହୋଇ ପୀଡିତା ଜଣଙ୍କ ନୀରବ ରହିଥିଲେ । କିନ୍ତୁ ଗତ ୨୬ତାରିଖ ଦିନ ସ୍ବାମୀଙ୍କ ସହ ଆସି ତିନି ଅଭିଯୁକ୍ତଙ୍କ ନାଁରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ତିର୍ତ୍ତୋଲ ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।