ଦେଶ ବିଦେଶ ମନୋରଞ୍ଜନ

ବିବାହର ୯ବର୍ଷ ପରେ ଅଲଗା ହେଲେ ଲୋକପ୍ରିୟ ଯୋଡି ଆମିର ଅଲି- ସଞ୍ଜିଦା ଶେଖ, ଏବେ ମା’କୁ ମିଳିଲା ଝିଅର କଷ୍ଟଡି

ନୂଆଦିଲ୍ଳୀ ୦୭। ୦୧ : ପ୍ରଥମେ ହେଲା ପ୍ରେମ ପରେ ବିବାହ, ଆଉ ଏବେ ବିଚ୍ଛେଦ । ସେ ଆଉ କେହି ନୁହେଁ ଟେଲି ଜଗତର ଲୋକପ୍ରିୟ ଯୋଡ଼ି ସଞ୍ଜିଦା ଶେଖ ଏବଂ ଆମିର ଅଲି। ଗୋଟେ ସମୟରେ ଦର୍ଶକଙ୍କ ଭଲପାଇବା ପାଉଥିବା ଏହି ଯୋଡ଼ି ଏବେ ଅଲଗା ହୋଇଯାଇଛନ୍ତି। କେବଳ ସେତିକି ନୁହେଁ ଝିଅ ଆୟରାଙ୍କ କଷ୍ଟଡି ସଞ୍ଜିଦାଙ୍କୁ ମିଳିଥିବା ମଧ୍ୟ କୁହାଯାଉଛି।

କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଆମିର-ସଞ୍ଜିଦା ୨୦୧୨ରେ ବିବାହ କରିଥିଲେ। ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିଲା। ବିବାହର ୭ ବର୍ଷ ପରେ ୨୦୧୯ରେ ଉଭୟ ସରୋଗେସୀ ଜରିଆରେ ସନ୍ତାନ ପ୍ରାପ୍ତି କରିଥିଲେ। ହେଲେ ୨୦୨୦ରୁ ଦୁଇ ଟେଲି ତାରକାଙ୍କ ମଧ୍ୟରେ ସବୁ ଠିକ୍‌ ଚାଲି ନ ଥିବା ଖବର ଶୁଣିବାକୁ ମିଳୁଥିଲା। ୯ ମାସ ପୂର୍ବେ ସେମାନେ ଅଲଗା ହୋଇଛନ୍ତି। ଏବେ ସଞ୍ଜିଦା ଝିଅଙ୍କ ଦେଖାଶୁଣା କରିବେ।

ଏହାପରେ ଉଭୟ ନିଜ ନିଜ କ୍ୟାରିୟର ଆଗକୁ ବଢ଼ିଛନ୍ତି । ତେବେ ଉଭୟ ନିଜ ଛାଡ଼ପତ୍ରକୁ ସିକ୍ରେଟ ରଖିଛନ୍ତି । ସେପଟେ ଉଭୟଙ୍କ ୨ ବର୍ଷର କନ୍ୟା ସନ୍ତାନର ଦାୟିତ୍ବ ନେବେ ସଞ୍ଜିଦା । ସଞ୍ଜିଦା ଏବେ ଛାଡ଼ପତ୍ର ପରେ ନିଜ ବାପ ଘରେ ରହୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ