ଧର୍ମ

ବିବାହରେ ଆସୁଛି ବାଧା, ଶ୍ରାବଣ ମାସରେ କରନ୍ତୁ ଏହି ଉପାୟ : ମିଳିବ ଇଚ୍ଛାକୃତ ଫଳ

ନୂଆଦିଲ୍ଲୀ ୧୯/୦୭: ଶ୍ରାବଣ ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ବୋଲି ବିବେଚନା କରାଯାଏ । ଚଳିତ ବର୍ଷ ଏହି ଶୁଭ ମାସ ୨୫ ଜୁଲାଇରୁ ଆରମ୍ଭ ହେବ । ବିଶ୍ୱାସ କରାଯାଏ ଯେ ଏହି ସମୟରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କୁ ପୂଜା କରିବା ଦ୍ୱାରା ଇଚ୍ଛାକୃତ ଫଳ ମିଳିଥାଏ । ଏହା ସହିତ, ଅବିବାହିତ ଝିଅ ଏବଂ ପୁଅମାନେ କିଛି ବିଶେଷ ଉପାୟ ଗ୍ରହଣ କରି, ମନପସନ୍ଦ ଜୀବନସାଥୀ ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଭଲ ଜୀବନ ସାଥୀ ପାଇବା ପାଇଁ କିଛି ବିଶେଷ ଉପାୟ…

ଶ୍ରାବଣ ମାସରେ କରନ୍ତୁ ଏହି ଉପାୟ :

ପବିତ୍ର ଶ୍ରାବଣ ମାସରେ ଲଗାତାର ୯ ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ । ତା’ପରେ ମନ୍ଦିରକୁ ଯାଇ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କୁ ଗେଣ୍ଡୁ ଫୁଲର ପୁଷ୍ପମାଲ୍ୟ ଅର୍ପଣ କରନ୍ତୁ । ସନ୍ଧ୍ୟାରେ ଶିବ-ପାର୍ବତୀଙ୍କୁ ପୂଜା କରିବା ପରେ ‘ଓଁ ଗୌରୀ ଶଙ୍କରାୟ ନମଃ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏହାଦ୍ୱାରା ଶୀଘ୍ର ଇଚ୍ଛା ପୂରଣ ହେବ ।

୧୮ ରୁ ୨୪ ବର୍ଷର ଝିଅମାନେ କରନ୍ତୁ ଏହି ଉପାୟ :

ଏହି ଝିଅମାନେ ଶ୍ରାବଣ ମାସରେ ହଳଦିଆ ପୋଷାକ ପିନ୍ଧି ଭଗବାନ ଶିବଙ୍କୁ ପୂଜା କରନ୍ତୁ । ଶିବଲିଙ୍ଗ ଉପରେ ଅତର ଚଢାଇ ‘ଓଁ ପାର୍ବତୀ ପତୟେ ନମଃ’ ୧୦୮ ଥର ଜପ କରନ୍ତୁ । ଶ୍ରାବଣ ମାସରେ କ୍ରମାଗତ ୧୧ ଦିନ ଏହି ଉପାୟ କରନ୍ତୁ । ଏହାଦ୍ୱାରା ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହୋଇ ଇଚ୍ଛାକୃତ ବର ମିଳିବ ।

୩୦ ରୁ ଅଧିକ ଝିଅମାନେ କରନ୍ତୁ ଏହି ଉପାୟ :

ଏହି ଝିଅମାନେ ୧୦୮ ବେଲପତ୍ରରେ ଚନ୍ଦନରେ ରାମ ନାମ ଲେଖନ୍ତୁ । ତା’ପରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରି ଶିବ ଲିଙ୍ଗ ଉପରେ ଗୋଟିଏ ଗୋଟିଓ କରି ବେଲପତ୍ର ଚଢାନ୍ତୁ । ଶ୍ରବଣର ପ୍ରତ୍ୟେକ ସୋମବାରରେ ଏହି ଉପାୟ କରିବା ଦ୍ୱାରା ଶୀଘ୍ର ଫଳ ମିଳିବ ।

ନାଗକେସର ସହ ଜଡିତ ଉପାୟ :

ନାଗକେସର ଶିବଙ୍କର ଅତ୍ୟନ୍ତ ପ୍ରିୟ । ତେଣୁ ଶ୍ରାବଣର ପବିତ୍ର ମାସରେ ଶିବଲିଙ୍ଗ ଉପରେ ନାଗକେସର ଚଢାଇବା ଦ୍ୱାରା ଶିବ ଭଗବାନ ଶୀଘ୍ର ଭକ୍ତଙ୍କ ଇଚ୍ଛା ପୂରଣ କରିଥାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ