ଦେଶ ବିଦେଶ ମନୋରଞ୍ଜନ

ବିବାଦ ଘେରରେ ‘Jai Bhim’ ଫିଲ୍ମ: ହିନ୍ଦୀ ଭାଷାକୁ ବେଖାତିର ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଅଭିନେତା ସୂର୍ଯ୍ୟାଙ୍କ ଅଭିନୀତ ‘ଜୟ ଭୀମ’ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ବିବାଦ । ଉକ୍ତ ମୁଭିର ଏକ ସିନକୁ ନେଇ ସିନେପ୍ରେମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆମାଜନ ପ୍ରାଇମରେ ଉକ୍ତ ଭିଡିଓକୁ ଦେଖିବା ପରେ କ୍ରୋଧିତ ହୋଇଛନ୍ତି ଦର୍ଶକ । ଭିଡିଓରେ ହିନ୍ଦୀ କହୁଥିବା ଜଣେ ଯୁବକଙ୍କୁ ଅଭିନେତା ପ୍ରକାଶ ରାଜ ଚାପୁଡ଼ା ମାରିଛନ୍ତି । ସୋସିଆଲ୍ ମିଡ଼ିଆରେ ଏହି ସିନ ବର୍ତ୍ତମାନ ଭାଇରଲ୍ ହେବା ପରେ ୟୁଜର୍ସ ଏହାକୁ ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି ।

ତେବେ ବିବାଦୀୟ ସିନରେ ଯୁବକ ଜଣଙ୍କ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ । ଏହି ସମୟରେ ପ୍ରକାଶ ତାଙ୍କୁ ଚାପୁଡ଼ା ମାରିଥିଲେ । ଏହାପରେ ଚାପୁଡ଼ା କାହିଁକି ମାରିଲ ବୋଲି ଯୁବକ ପ୍ରଶ୍ନ କରିବାରୁ ତାମିଲ ଭାଷାରେ କଥାବାର୍ତ୍ତା କରିବାକୁ ପ୍ରକାଶ କହିଥିଲେ । ଏହି ସିନ ଦେଖିବା ପରେ ତାଙ୍କର ହୃଦୟ ଭାଙ୍ଗିଯାଇଥିବା କହିଛନ୍ତି ସିନେ ସମୀକ୍ଷକ ରୋହିତ ଜାସୱାଲ । ଏଥିସହ ଉକ୍ତ ସିନେ ନିର୍ମାତା ଉକ୍ତ ସିନକୁ ହଟାଇବାକୁ ସେ ନିବେଦନ କରିଛନ୍ତି । ଗୋଟିଏ ପଟେ ଫିଲ୍ମର ସିନକୁ ନେଇ ସମାଲୋଚନା କରାଯାଉଥିବା ବେଳେ ଅନ୍ୟପଟେ ଶାନଦାର ରେସପନ୍ସ ଦେଖିବାକୁ ମିଳୁଛି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ଅଭିନେତା କମଲ ହାସନ ଫିଲ୍ମ ଓ ଷ୍ଟାରକାଷ୍ଟକୁ ଭୂୟଶୀ ପ୍ରଶଂସା କରିଛନ୍ତି । ଏହି ଫିଲ୍ମ ତାମିଲ, ତେଲୁଗୁ ଓ ହିନ୍ଦୀ ୩ଟି ଭାଷାରେ ରିଲିଜ୍ ହୋଇଛ, ଯାହାକି ଗତ ୧୯୯୩ ମସିହାର ଏକ ସତ୍ୟ ଘଟଣା ଉପରେ ଆଧାରିତ । ଅଭିନେତା ସୂର୍ଯ୍ୟାଙ୍କ ନିଖୁଣ ଅଭିନୟକୁ ସମସ୍ତେ ତାରିଫ୍ କରୁଥିବା ଦେଖାଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ