ଦେଶ ବିଦେଶ ମନୋରଞ୍ଜନ

ବିବାଦ ଉପରେ ପଡିଲା ପୂର୍ଣ୍ଣଚ୍ଛେଦ, ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି

ନୂଆଦିଲ୍ଳୀ ୨୫।୦୨: ଅପେକ୍ଷାର ଘଟିବ ଅନ୍ତ। ବହୁ ବାଦ -ବିବାଦ ପରେ ଆଜି ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ‘ ଗଙ୍ଗୁବାଇ କାଠିଆଓ୍ବାଡି’। ଫିଲ୍ମକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଦିନ ଖାରଜ କରି ଦେଇଛନ୍ତି। ତେବେ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଫିଲ୍ମର ନାଁ ବଦଳିବନି କି ଏହାର ରିଲିଜ୍‌ ତାରିଖ ଘୁଞ୍ଚିବନି ବୋଲି କହିଥିଲେ ସୁପ୍ରିମକୋର୍ଟ ।

ଏହି ଫିଲ୍ମରେ ଗଙ୍ଗୁବାଇଙ୍କୁ ଦେହଜୀବୀ ଦର୍ଶାଯାଇଥିବା ଅଭିଯୋଗ କରି ତାଙ୍କ ପୌଷ୍ୟ ପୁଅ ରାବଜୀ ଶାହା କୋର୍ଟର ଦ୍ୱାରସ୍ଥ ହେବା ପରେ ଏହାର ରିଲିଜ୍‌କୁ ନେଇ ଆଶଙ୍କା ଉପୁଜିଥିଲା। ତେବେ ଶେଷ ମୁହୂର୍ତ୍ତରେ ଫିଲ୍ମର ଟାଇଟଲ ବଦଳାଇବା ସମ୍ଭବ ନୁହେଁ ବୋଲି କୋର୍ଟଙ୍କୁ ଜଣାଇଥିଲେ ନିର୍ମାତା। ଫିଲ୍ମରେ ଗଙ୍ଗୁବାଇଙ୍କୁ ଫଟୋଏବଂ ତାଙ୍କ ଚରିତ୍ରକୁ ନେଇ କୌଣସି ବି ପ୍ରକାରରେ ଅପମାନିତ କରାଯାଇ ନ ଥିବା ସେ ଦାବି କରିଥିଲେ। ଅଭିଯୋଗକାରୀ ଫିଲ୍ମ ନ ଦେଖି ଏଭଳି ଦାବି ଉଠାଇବା ଭୁଲ ବୋଲି ସଞ୍ଜୟଲୀଲା ଭଂସାଲି ପ୍ରଡକ୍ସନର ଓକିଲ କହିଥିଲେ।ଏହାପରେ ସୁପ୍ରିମକୋର୍ଟ ବିଚାରପତି ଏହି ଗଙ୍ଗୁବାଇଙ୍କ ପୋଷ୍ୟ ପୁତ୍ର ଆଣିଥିବା ଅଭିଯୋଗକୁ ଖାରଜ କରିବା ସହ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ଏହା ସହ କହିଥିଲେ କି ଫିଲ୍ମର ନାମ ପରିବର୍ତ୍ତନ ହେବ ନାହିଁ କି ରିଲିଜ୍‌ ଡେଟ୍‌ ଘୁଞ୍ଚିବ ବ ନାହିଁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ