ରାଜ୍ୟ ସ୍ପେଶାଲ ରିପୋର୍ଟ

ବିବାଦୀୟ ମୋଡ଼ରେ ବିଧାୟକ ବିଜୟଶଙ୍କର ମାମଲା: ସୋମାଲିକାଙ୍କୁ ଫୋନ୍‌ରେ ପରୋକ୍ଷ ଚେତାବନୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜଗତସିଂହପୁର ଟାଉନ୍ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ସୋମାଲିକା ଦାଶଙ୍କୁ ଜଣେ ବ୍ୟକ୍ତି ଫୋନ କରି ପରୋକ୍ଷରେ ଚେତାବନୀ ଦେଇଛନ୍ତି। ଘଟଣାକୁ ବୁଝାମଣାରେ ରଫାଦଫା କରିବାକୁ ପରାମର୍ଶ ଦେବା ସହିତ ସମାଧାନର ବାଟ ଖୋଜ, ଅଯଥା ବିରକ୍ତ କରନି ବୋଲି ବି ଚେତାବନୀ ଦିଆଯାଇଛି। ବିଧାନସଭା ବଜେଟ୍ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସୋମାଲିକାଙ୍କୁ ଏଭଳି ଫୋନ୍ କଲ୍‌ ବିଜୟଶଙ୍କର ଘଟଣାକୁ ବିବାଦୀୟ ମୋଡ ଦେଇଛି।

ସୂଚନା ଅନୁଯାୟୀ ଜଣେ ଅଜଣା ବ୍ୟକ୍ତି ଆଜି ସୋମାଲିକାଙ୍କୁ ଫୋନ୍ କରି ଏଭଳି କଥାବାର୍ତ୍ତା କରିଛନ୍ତି। ଏ ସଂପର୍କରେ ସୋମାଲିକା କହିଛନ୍ତି ଯେ ତାଙ୍କ ଉପରେ ଚାପ ପକାଯିବା ପାଇଁ ଏଭଳି ଚେଷ୍ଟା କରାଯାଉଛି। ବିଧାୟକଙ୍କର କେହି ସମ୍ପର୍କୀୟ, ବନ୍ଧୁ କିମ୍ବା ପାଖ ଲୋକ ଏହି ଫୋନ୍ କଲ୍ କରିଥିବା ସେ ଅଭିଯୋଗ କରିଛନ୍ତି। ଆସନ୍ତାକାଲି ଏହି ରେକର୍ଡିଂକୁ ସେ ଥାନାରେ ଦାଖଲ କରିବେ ବୋଲି ମଧ୍ୟ କହିଛନ୍ତି। ସୋମାଲିକା କହିଛନ୍ତି ଯେ ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହେବା ପ୍ରାୟ ୧୮ ଦିନ ହୋଇ ଯାଇଥିବା ବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ସରକାରର ଚାପରେ ପୁଲିସ ଏଭଳ କରୁଛି। ତେଣୁ ଖୁବଶୀଘ୍ର ସେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୋମାଲିକା କହିଛନ୍ତି।

ସୋମାଲିକା ତାଙ୍କୁ ନ୍ୟାୟ ଦାବିରେ ଗତକାଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟି ଆଲୋଚନା କରିଥିଲେ। ଏଭଳି ସ୍ଥିତିରେ ଆଜି ସୋମାଲିକାଙ୍କୁ ଅଜଣା ବ୍ୟକ୍ତିଙ୍କ ଫୋନ୍ ଆଲୋଚନାର ପ୍ରସଙ୍ଗ ହୋଇଛି। ସୋମାଲିକା ଏହି ଫୋନ କଲ୍‌ର ରେକର୍ଡିଂ ବି ଦେଇଛନ୍ତି।

କଲ୍‌ କରିଥିବା ବ୍ୟକ୍ତି: କମ୍ପ୍ରମାଇଜ୍ କରିବାର ଅଛି..
ସୋମାଲିକା: ଆପଣଙ୍କର ଝିଅ ହୋଇଥିଲେ କମ୍ପ୍ରମାଇଜ୍ କରିଥାନ୍ତେ ନା ତାକୁ ଜେଲ୍‌ରେ ପୂରାଇଥାନ୍ତେ, ମୋତେ ଖାଲି ଏତିକି କୁହନ୍ତୁ।

ବ୍ୟକ୍ତି: କଣ ଆପଣ ଚାହୁଁଛନ୍ତି ମୁଁ ସେୟା ପଚାରୁଛି, କଣ ଆପଣ ଚାହୁଁଛନ୍ତି?
ସୋମାଲିକା: ସେ ଆସି ମୋ ଗୋଡ଼ ଧରି ଭୁଲ୍ ମାଗିବ।

ବ୍ୟକ୍ତି: କିଏ?
ସୋମାଲିକା: ବିଜୟ ଶଙ୍କର।

ବ୍ୟକ୍ତି: ଆପଣ କଣ ଚାହୁଁଛନ୍ତି?
ସୋମାଲିକା: ସେ ଆସି ମୋତେ ଭୁଲ୍ ମାଗିବ କି?

ବ୍ୟକ୍ତି: ପଚାରିବାକୁ ପଡ଼ିବ।
ସୋମାଲିକା: ପ୍ରଥମେ ପଚାରନ୍ତୁ ତା ପରେ କଥା ହୁଅନ୍ତୁ।

ବ୍ୟକ୍ତି: ସେ ହଁ କହିବ କି ନାଁ ମୁଁ ଆପଣଙ୍କୁ ଜଣେଇବି।
ସୋମାଲିକା: ସେ ଯଦି ହଁ କହିବେ ମୁଁ ଜଣେଇବି ମୋ ଉତ୍ତର।

ବ୍ୟକ୍ତି: ସେ ଖାଲି ଭୁଲ୍ କରିଛି, ଆପଣ ଭୁଲ୍ କରି ନାହାନ୍ତି?
ସୋମାଲିକା: କଣ ଭୁଲ୍ କରିଛି ମୁଁ?

ବ୍ୟକ୍ତି: ଆପଣ କିଛି ଭୁଲ୍ କରି ନାହାନ୍ତି, ସେ ଭୁଲ୍ କରିଛି?
ସୋମାଲିକା: ମୁଁ କଣ ଭୁଲ୍ କରିଛି?

ବ୍ୟକ୍ତି: ଆପଣ ତାକୁ ଭୁଲ୍ ମାଗିବେ କି?
ସୋମାଲିକା: ମୁଁ କାହିଁକି ତାଙ୍କୁ ଭୁଲ୍ ମାଗିବି? ମୁଁ କଣ ତାଙ୍କୁ ରେପ୍ କରିଥିଲି?

ବ୍ୟକ୍ତି: ସଲ୍ୟୁସନ୍ ରାସ୍ତା ଖୋଜନ୍ତୁ! ଇରିଟେଟ୍ କରନ୍ତୁନି।

ସୋମାଲିକା: ସଲ୍ୟୁସନ୍ କଣ? କି ପଇସା ପାୱାର ଦେଖାଉଛନ୍ତି? ଆପଣଙ୍କ ଝିଅ ହୋଇଥିଲେ ଏମିତି କହିଥାନ୍ତେ?….

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।